ଟୁଇଟ୍‌ ବିକିବେ ଟୁଇଟର ସିଇଓ

ନୂଆଦିଲ୍ଲୀ, ୭ା୩: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟର ସିଇଓ ଜ୍ୟାକ୍‌ ଡୋର୍‌ସି ତାଙ୍କ ପ୍ରଥମ ଟୁଇଟ୍‌ ନିଲାମ କରିବାକୁ ଶନିବାର ଘୋଷଣା କରିଛନ୍ତି। ୬ ମାର୍ଚ୍ଚ ୨୦୦୬ରେ ସେ ପ୍ରଥମେ କରିଥିବା ଟୁଇଟ୍‌କୁ କ୍ରିପ୍ଟୋକରେନ୍ସି ଭାବେ ବିକ୍ରି କରିବେ। ଏହି ଟୁଇଟ୍‌ କିଣିବାକୁ ୨ ଲକ୍ଷ ୬୭ ହଜାର ଡଲାର ପର୍ଯ୍ୟନ୍ତ ମୂଲ୍ୟ ଡକାଯାଇଥିବା ଜଣାଯାଇଛି। ଡୋର୍‌ସି ୧୫ ବର୍ଷ ତଳେ ‘ଜଷ୍ଟ ସେଟିଂ ଅପ୍‌ ମାଇଁ ଟୁଇଟର’ ଲେଖିଥିଲେ। ଏହା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏବେ ସୁଦ୍ଧା ସବୁଠାରୁ ପ୍ରସିଦ୍ଧ ଟୁଇଟ୍‌। ନିଲାମ ନେବାକୁ ଥିବା ବ୍ୟକ୍ତିଙ୍କୁ ଏ ବାବଦରେ ଏକ ଡିଜିଟାଲ ସାର୍ଟିଫିକେଟ ମିଳିବ। ନିର୍ମାତାଙ୍କ ହସ୍ତାକ୍ଷର ରହୁଥିବାରୁ ଏହା ମୂଲ୍ୟବାନ ଡିଜିଟାଲ ସମ୍ପତ୍ତି ହେବ। ଏହି ଟୁଇଟ୍‌ ଏନ୍‌ଏଫ୍‌ଟି (ନନ୍‌ ଫଞ୍ଜିବଲ୍‌ ଟୋକନ)ରେ ବିକ୍ରି ହେବ। ଏଏଫ୍‌ଟି ହେଉଛି ଏକ ଡିଜିଟାଲ ଫାଇଲ୍‌ ଯାହା ଫଟୋ, ଭିଡିଓ ଏବଂ ଅନ୍ୟାନ୍ୟ ଅନଲାଇନ୍‌ ମିଡିଆର ମାଲିକାନା ପ୍ରମାଣ କରିବାକୁ ଡିଜିଟାଲ୍‌ ହସ୍ତାକ୍ଷର ଭାବେ କାର୍ଯ୍ୟ କରେ।

Share