ଏଲନ ମସ୍କଙ୍କ ଚେତାବନୀ, ବିନା ୱାର୍ନିଂରେ ବନ୍ଦ ହେବ ଟୁଇଟରର ପାରୋଡି ଆକାଉଣ୍ଟ

ୱାଶିଂଟନ,୭ ।୧୧: ଟୁଇଟରର ମାଲିକ ହେବା ପରେ ଏଲନ ମସ୍କ ସବୁବେଳେ ରହୁଛନ୍ତି ଚର୍ଚ୍ଚାରେ । ଏବେ କିଛି ଟୁଇଟର ଆକାଉଣ୍ଟ ସସପେଣ୍ଡ ହେବାକୁ ନେଇ ମସ୍କ ଟୁଇଟ କରି ବଡ ଘୋଷଣା କରିଛନ୍ତି । ମସ୍କ କହିଛନ୍ତି ସେମିତି ସମସ୍ତ ଆକାଉଣ୍ଟକୁ ସସପେଣ୍ଡ କରି ଦିଆଯିବ ଯେଉଁମାନେ ସେମାନଙ୍କ ପରିଚୟ ବଦଳାଇଛନ୍ତି । ଏହାକୁ ନେଇ କୌଣସି ୱାର୍ନିଂ ଦିଆଯିବ ନାହିଁ । ସିଧା ଆକାଉଣ୍ଟକୁ ସସପେଣ୍ଡ କରି ଦିଆଯିବ ।
ମସ୍କ କହିଛନ୍ତି ଯଦି କିଛି ପାରୋଡି ଆକାଉଣ୍ଟ ଥିବ ତେବେ ଏହା ଉପରେ ସ୍ପଷ୍ଟ ଭାବରେ ଲେଖାଯିବା ଉଚିତ କି ଏହା ପାରୋଡି ଆକାଉଣ୍ଟ । ଯଦି ଏହା ଲେଖା ଯାଇ ନ ଥିବ ସେଭଳି ଆକାଉଣ୍ଟକୁ ବି ସସପେଣ୍ଡ କରି ଦିଆଯିବ । ଯଦି କେହି ଆଉ କାହାର ନାମ ଓ ଫଟୋ ବ୍ୟବହାର କରୁଥିବେ ତେବେ ଏଭଳି ଆକାଉଣ୍ଟକୁ ବନ୍ଦ କରି ଦିଆଯିବ ।

Share