Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟାଳୟର ଟୁଇଟର ଆକାଉଣ୍ଟ ହ୍ୟାକ

ଲକ୍ଷ୍ନୌ,୯ ।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯାଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟର ଟୁଇଟର ଆକାଉଣ୍ଟ ଶୁକ୍ରବାର ବିଳମ୍ବିତ ରାତ୍ରିରେ ହ୍ୟାକ ହୋଇଥିବା ଜଣାପଡିଛି । ହ୍ୟାକର ସିଏମ୍‌ଓଙ୍କ ହ୍ୟାଣ୍ଡେଲର ଡିପି ଓ ବ୍ୟାକଗ୍ରାଉଣ୍ଡ ଫଟୋ ବଦଳାଇଦେବା ସହ ଶହ ଶହ ୟୁଜର୍ସଙ୍କୁ ଟ୍ୟାଗ କରି ବହୁତ ଟୁଇଟ୍ ବି କରିଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସିଏମଓର ଏହି ଆକାଉଣ୍ଟ ପାଖାପାଖି ରାତି ୧୨ଟା ୩୦ ପାଖାପାଖି ହ୍ୟାକ କରାଯାଇଛି । ଏହି ସମସ୍ୟା ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ଲାଗି ରହିବା ପର ରାତି ପ୍ରାୟ ୧ଟା ୧୦ ସୁଦ୍ଧା ଆକାଉଣ୍ଟ ପୁଣି ରିଷ୍ଟୋର ହେବା ଆରମ୍ଭ କରିଥିଲା । ହେଲେ ଏହି ଘଟଣାରେ କୌଣସି ଅଫିସିୟାଲ ବୟାନ ମିଳିନାହିଁ ।

Share