Posted inଜାତୀୟ

ଆର୍ୟନ ମାମଲାରେ ନୂଆମୋଡ

ମୁମ୍ବାଇ,୨୪।୧୦: ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି। ଜଣେ ସାକ୍ଷୀ ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖେଡେ ଏବଂ ଅନ୍ୟ ସାକ୍ଷୀ କେ.ପି ଗୋସାଭିଙ୍କ ବିରୋଧରେ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ଆଣିଛନ୍ତି। ସାକ୍ଷୀ ଦାବି କରିଛନ୍ତି ଯେ ସମଗ୍ର ମାମଲାରେ କୋଟି କୋଟି ଟଙ୍କାର କାରବାର ହୋଇଛି। ଏହି ବ୍ୟକ୍ତିଙ୍କ ନାମ ପ୍ରଭାକର ରାଘୋଜି ସୈଲ। ସେ ୨୨ ଜୁଲାଇ ୨୦୨୧ରୁ କେପି ଗୋସାଭିଙ୍କ ଅଙ୍ଗରକ୍ଷୀ ଅଟନ୍ତି। ଗୋସାଭି ହେଉଛନ୍ତି ସେହି ବ୍ୟକ୍ତି, ଯିଏକି ରେଭ ପାର୍ଟିରେ ଧରାପଡିଥିବା ଆର୍ୟନଙ୍କୁ ଏନସିବି କାର୍ଯ୍ୟାଳୟକୁ ନେଇଥିବାର ନଜର ଆସିଥିଲେ। ଏହି ମାମଲାରେ ପ୍ରଭାକର ଅନ୍ୟତମ।
ପ୍ରଭାକରଙ୍କ ମନ୍ତବ୍ୟ ଅନୁଯାୟୀ, ଅକ୍ଟୋବର ୨ରେ ଏନସିବି ରେଭ ପାର୍ଟି ଉପରେ ଚଢାଉ ସମୟରେ ସେ କିରଣଙ୍କ ସହ ଥିଲେ। ଗୋସାଭି ୧୦.୩୦ ରେ ବୋର୍ଡିଂ ଅଞ୍ଚଳକୁ ଡାକିଲେ, ମୁଁ ସେଠାରେ ପହଞ୍ଚିଲି, ମୁଁ ଏକ କ୍ୟାବିନରେ ଆର୍ୟନ ଏବଂ ମୁନମୁନ ଧାମେଚାଙ୍କୁ ଦେଖିଲି। ଏହା ପରେ ରାତି ୧୨.୩୦ ରେ ଗୋସାଭି ଏନସିବି ଅଧିକାରୀଙ୍କ ସହ ଆର୍ୟଙ୍କୁ ଧଳା ରଙ୍ଗର ଇନୋଭା କାରରେ ଏନସିବି କାର୍ଯ୍ୟାଳୟକୁ ଆଣିଥିଲେ। ରାତି ୧ ଟାରେ ଗୋସାଭି ମୋତେ ଏନସିବି କାର୍ଯ୍ୟାଳୟ ଭିତରକୁ ଆସିବାକୁ କହିଥିଲେ। ମୁଁ ପହଞ୍ଚିବା ମାତ୍ରେ ମୋତେ ଏହି ଘଟଣାର ସାକ୍ଷୀ ହେବାକୁ ପଡ଼ିବ ବୋଲି କହିଥିଲେ। ମୁଁ ଏନସିବି ଅଧିକାରୀ ସମୀର ଓ୍ବାଙ୍ଖେଡେଙ୍କ ନିର୍ଦ୍ଦେଶରେ ଉପର ମହଲାକୁ ଗଲି। ସେ ୧୦ଟି ସାଧାକାଗଜରେ ମୋର ଦସ୍ତଖତ ନେଇଥିଲେ ଏବଂ ମୋ ଆଧାର କାର୍ଡର ବିବରଣୀ ମଧ୍ୟ ମୋଠାରୁ ନେଇଥିଲେ। କିଛି ସମୟ ପରେ କିରଣ ଗୋସାଭି ଏନସିବି କାର୍ଯ୍ୟାଳୟଠାରୁ ୫୦୦ ମିଟର ଦୂରରେ ଶାମ ଡି’ସୁଜା ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ। ତା’ପରେ ଗୋସାଭି ତାଙ୍କ ଧଳା ଇନୋଭା କାରରୁ ବାହାରି ଆସି ସାମ ଡି’ସୁଜାଙ୍କ କାର ଅନୁସରଣ କଲେ। ଏହି ଦୁଇଟି କାର ଲୋୟର ପାରେଲ ବ୍ରିଜ ନିକଟରେ ଅଟକି ରହିଲା। ଆମେ ଯିବାବେଳେ ଗୋସାଭି ଶାମ ଡି’ସୁଜାଙ୍କ ସହ ଫୋନରେ ବାରମ୍ବାର କଥାବାର୍ତ୍ତା ହେଉଥିଲେ। ଗୋସାୱି, ସାମୀର ଓ ଶ୍ୟାମ୍ଙ୍କ ମଧ୍ୟରେ ପ୍ରାୟ ୨୫ କୋଟି ଟଙ୍କାର କଥାବର୍ତ୍ତା ହୋଇଥିଲା। ହେଲେ ପରେ ୧୮ କୋଟି ଟଙ୍କାରେ ଏହି ଡିଲ ଫାଇନାଲ ହୋଇଥିବା କଥା ପ୍ରଭାକର ଶୁଣିଥିବା କହିଛନ୍ତି। ଗୋସାୱି ଏବଂ ଶ୍ୟାମ ଏନସିବି ଅଧିକାରୀ ସମୀର ୱାଙ୍ଖେଡେଙ୍କୁ ୧୮ କୋଟିରୁ ୮ କୋଟି ଟଙ୍କା ଦେବାକୁ କହିଥିଲେ ବୋଲି ପ୍ରଭାକର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri