ନବଜାତକ ପେଟରେ ଜାଆଁଳା ଶିଶୁର ଭ୍ରୁଣ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ; କହିଲେ…

ଇସ୍ରାଏଲର ଏକ ଶିଶୁକନ୍ୟା ପେଟରେ ଭ୍ରୁଣ ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଶିଶୁକନ୍ୟା ପେଟରେ ଜାଆଁଳା ଶିଶୁ ଭ୍ରୁଣ ମିଳିବା ପରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ବିରଳ ଘଟଣାର ଡାକ୍ତରମାନେ ଯାଞ୍ଚ କରୁଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଏହି ଶିଶୁକନ୍ୟାର ଜନ୍ମ ଚଳିତମାସ ଆରମ୍ଭରେ ଅସୁତା ମେଡିକାଲରେ ହୋଇଥିଲା। ଡାକ୍ତରମାନେ କୁହନ୍ତି, ଯେବେ ଶିଶୁକନ୍ୟାଟି ମା’ ପେଟରେ ଥିଲା ସେତେବେଳେ ଏହି ଶିଶୁକନ୍ୟାର ପେଟରେ ଭ୍ରୁଣ ବଢୁଥିଲା। ଏହା ପରେ ନବଜାତକର ଅଲଟ୍ରାସାଉଣ୍ଡ ଏବଂ ଏକ୍ସ-ରେ କରାଯାଇଥିଲା। ଏଥିରେ ଜଣାପଡ଼ିଥିଲା ଶିଶୁକନ୍ୟା ପେଟରେ ଭ୍ରୁଣ ବଢୁଛି। ଯାହାକି ୧୦ ସପ୍ତାହ ହେଲାଣି ବିକଶିତ ହେଉଛି। ଖାଲି ଏତିକି ନୁହେଁ, ଏହି ଭ୍ରୁଣର ହାତ, ହାର୍ଟ ଏବଂ ପାଦ ମଧ୍ୟ ବିକଶିତ ହେଉଛି।

ଡାକ୍ତରଙ୍କ ମତରେ ଏହି ଭ୍ରୁଣ ସମ୍ପୂର୍ଣ୍ଣ ବିକଶିତ ହୋଇ ନ ଥିଲା। ଏହା ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ପରେ ଶିଶୁକନ୍ୟା ପେଟର ଅପରେଶନ କରାଯାଇ ଭ୍ରୁଣ ବାହାର କରାଯାଇଛି। ଏବେ ବିପଦମୁକ୍ତ ଅଛି ଶିଶୁକନ୍ୟା।

ଡାକ୍ତର କୁହନ୍ତି, ୫ ଲକ୍ଷ ଶିଶୁକନ୍ୟାଙ୍କ ମଧ୍ୟରେ ଜଣଙ୍କଠାରେ ଏପରି ବିରଳ ଘଟଣା ଦେଖିବାକୁ ମିଳିଥାଏ। ୨୦୧୬ରେ ଇଣ୍ଡୋନେସିଆରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା।

Share