ଝିଅର ଏପରି କାର୍ଯ୍ୟକଳାପରେ ବିରକ୍ତ ହେଲେ ଟ୍ବିଙ୍କଲ, କହିଲେ ଏମିତି…

ବଲିଉଡ୍‌ର ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ଅଭିନେତ୍ରୀ ସ୍ତ୍ରୀ ଟ୍ବିଙ୍କଲ ଖନ୍ନା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ନିଜର ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିଜର ପ୍ରତିଟି ମୁହୂର୍ତ୍ତକୁ ପ୍ରଶଂସକଙ୍କ ସହ ସେ ଶେୟାର କରିଥାନ୍ତି। ନିକଟରେ ଟ୍ବିଙ୍କଲ ନିଜର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଲାପ୍‌ଟପ୍‌ରେ କାମ କରୁଥିବାର ଦେଖିବାକୁ ମିଳୁଛି। ଏଥିସହ ଝିଅ ନିତାର ବେଡ୍‌ ଉପରେ ଖେଳୁଥିବା ମଧ୍ୟ ନଜର ଆସୁଛନ୍ତି। ଏହି ଭିଡିଓକୁ ଶେୟାର କରି ଟ୍ବିଙ୍କଲ ନିଜର ଅସୁବିଧା ପ୍ରକାଶ କରିଛନ୍ତି।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ଟ୍ବିଙ୍କଲ ଝିଅ ସହ କଥା ହେବାକୁ ଚେଷ୍ଟା କରୁଛନ୍ତି, ମାତ୍ର ଝିଅ ତାଙ୍କୁ ପତ୍ୟାକ୍ଷାନ କରୁଛନ୍ତି। ଏହି ଭିଡିଓ ଶେୟାର କରି ଟ୍ବିଙ୍କଲ କ୍ୟାପଶନରେ ଲେଖିଛନ୍ତି, ଛୋଟ ପିଲା ଥିବାବେଳେ ଘରେ କାମ କରିବା କଷ୍ଟକର। ଭିଡିଓରେ ଶୁଣିବାକୁ ମିଳୁଛି ଯେ, ଟ୍ବିଙ୍କଲ ବିରକ୍ତ ହୋଇ କହୁଛନ୍ତି, ତମେ ମୋ ରୁମ୍‌ରେ କ’ଣ କରୁଛି। ତମର କ’ଣ କିଛି କ୍ଲାସ ନାହିଁ? ଯେଉଁଥିରେ ନିତାରା ମା’ଙ୍କୁ ଅଣଦେଖା କରୁଥିବା ଦେଖବାକୁ ମିଳୁଛି।

Share