ଟ୍ବିଙ୍କିଲଙ୍କୁ ମେକ୍‌ଅପ୍‌ କଲେ ଝିଅ ନିତାରା: ମା’ କହିଲେ ଏଭଳି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ ଖନ୍ନା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ନିଜର ପର୍ସନାଲ ଲାଇଫ୍‌ ହେଉ ଅବା କାର୍ଯ୍ୟକଳାପର କେତେକ ଫଟୋ ଓ ଭିଡିଓ ପ୍ରଶଂସକ ସହ ଶେୟାର କରିଥାନ୍ତି। ଏଥିସହ ପ୍ରାୟ ସମୟରେ ସେ ସାମାଜିକ ସମସ୍ୟା ଉପରେ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା କରିଥାନ୍ତି। କରୋନା ସଂକ୍ରମଣ ଯୋଗୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟ୍ବିଙ୍କିଲ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ବିତାଉଛନ୍ତି। ନିକଟରେ ଟ୍ବିଙ୍କିଲ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯେଉଁଥିରେ ଝିଅ ନିତାରା ତାଙ୍କୁ ମେକଅପ୍‌ କରିଥିବା ଦେଖିବାକୁ ମିଳିଛି। ମେକଅପ୍‌ ପରେ ଯେତେବେଳେ ଅଭିନେତ୍ରୀ ସେଲଫି ନେଇଥିଲେ ସେତେବେଳେ ସେ ନିଜକୁ ଦେଖି ଚକିତ ହୋଇପଡ଼ିଥିଲେ। ଏହି ମଜାଳିଆ ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିବା ସହ ଟ୍ବିଙ୍କିଲ ଏକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଝିଅ ନିତାରାଙ୍କ ମେକଅପ୍‌ ତାଙ୍କୁ ଏକ ଦଣ୍ଡ ଭଳି ଲାଗୁଛି। ସେ କେବେ ବି ମେକଅପ୍‌ ଆର୍ଟିଷ୍ଟ ହୋଇପାରିବେ ନାହିଁ ବୋଲି ଟ୍ବିଙ୍କିଲ କହିଛନ୍ତି।

Share