Posted inଜାତୀୟ

ରବିବାର ଅପରାହ୍ନ ୨ଟା ୩୦ରେ ଭଙ୍ଗାଯିବ ଟୁଇନ ଟାଓ୍ବାର, ମାତ୍ର ୧୨ ସେକେଣ୍ଡରେ ଭାଙ୍ଗି ମାଟିରେ ମିଶିବ…

ନୋଏଡା, ୨୭।୮ : ରବିବାର ଅପରାହ୍ନ ୨ଟା ୩୦ରେ ନୋଏଡାରେ ଆକାଶକୁ ଛୁଇଁଥିବା ଟୁଇନ ଟାଓ୍ବାର ଭାଙ୍ଗି ମାଟିରେ ମିଶିବ। ପ୍ରସ୍ତୁତି ଶେଷ ହୋଇଛି। ସେକ୍ଟର ୯୩-ଏ ରେ ଅବସ୍ଥିତ ଉଭୟ ୩୨ ଏବଂ ୨୯ ମହଲା ବିଶିଷ୍ଟ ଟାୱାରରେ ୩୭୦୦ କିଲୋଗ୍ରାମ ବାରୁଦ ଲଗାଯାଇଛି। ଏହାର ବିସ୍ଫୋରଣରେ ମାତ୍ର ୯-୧୨ ସେକେଣ୍ଡ ମଧ୍ୟରେ ଟୁଇନ ଟାଓ୍ବାର ଭାଙ୍ଗି ଯିବ। ୭୦ ମିଟର ଦୂରରୂ ବିସ୍ଫୋରଣ ପାଇଁ ବଟନ ଅନ୍‌ କରାଯିବ।

୧୦୨ମିଟର ଉଚ୍ଚ ଟାୱାର ଦ୍ୱାରା ୧୧ ମିଟର ଉଚ୍ଚ ଅଳିଆ ଗଦା ସୃଷ୍ଟି ହେବ ବୋଲି କୁହାଯାଉଛି। ସୁପରଟେକ ବିଲଡର ନିର୍ମିତ ହୋଇଥିବା ଟୁଇନ ଟାଓ୍ବାରରେ ୯୧୫ ଫ୍ଲାଟ ରହିଛି। ଟୁଇନ ଟାୱାର ଭାଙ୍ଗିବା ପୂର୍ବରୁ ଆଖପାଖରେ ବାସ କରୁଥିବା ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ପ୍ରାୟ ୭ ହଜାର ପରିବାରଙ୍କୁ ଘର ଛାଡ଼ିବାକୁ ପଡ଼ିଛି। ଏହି ଅଞ୍ଚଳର ସମସ୍ତ ରାସ୍ତାକୁ ସିଲ କରାଯାଇଛି।

୬ଟି ସୋସାଇଟିର ଲୋକଙ୍କୁ ସେମାନଙ୍କ ଘର ଟେରାସକୁ ଯିବାକୁ ବାରଣ କରାଯାଇଛି। ତେବେ ଟାୱାର ଭାଙ୍ଗିବା ପାଇଁ ଦାୟୀ କମ୍ପାନୀ ଏବଂ ବିଶେଷଜ୍ଞମାନେ କହିଛନ୍ତି ଯେ ଏହାର ଆଖପାଖରେ ଥିବା ଅଟ୍ଟାଳିକାଗୁଡ଼ିକର କୌଣସି କ୍ଷତି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri