Posted inଖେଳ

ଦୁଇଥର ପଜିଟିଭ୍‌ ସ୍ବର୍ଣ୍ଣ ଜିତିଲେ

ଟୋକିଓ, ୨୮ା୭ (ଏପି)- ବ୍ରିଟେନର ଟମ୍‌ ଡିନ୍‌ ଥରେ ନୁହେଁ ଦୁଇଥର କରୋନା ସଂକ୍ରମିତ ହୋଇ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବାରେ ସମର୍ଥ ହୋଇଛନ୍ତି। ମଙ୍ଗଳବାର ସେ ପୁରୁଷ ୨୦୦ ମିଟର ଫ୍ରିଷ୍ଟାଇଲ ସନ୍ତରଣରେ ସ୍ବର୍ଣ୍ଣ ଜିତିଛନ୍ତି।
ଡିନ୍‌ କହିଛନ୍ତି ତାଙ୍କ ଜୀବନର ଏହା ହେଉଛି ସବୁଠାରୁ ବଡ଼ ସଫଳତା। ତାଙ୍କ ଦେଶର ଅନ୍ୟ ଜଣେ ପ୍ରତିଯୋଗୀ ଡନ୍‌କାନ୍‌ ସ୍କଟ୍‌ ରୌପ୍ୟ ପଦକ ଲାଭ କରିଛନ୍ତି। ବ୍ରିଟେନ ଦୀଘର୍ର୍ ୧୦୦ରୁ ଅଧିକ ବର୍ଷ ପରେ ସନ୍ତରଣ ପ୍ରତିଯୋଗିତାର କୌଣସି ଇଭେଣ୍ଟରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିପାରିଛି। ଦେଶ ପୂର୍ବରୁ ଏହ ସଫଳତା ୧୯୦୮ ଲଣ୍ଡନ ଗେମ୍ସରେ ହାସଲ କରିଥିଲା। ଡିନ୍‌ ୪ ମାସ ମଧ୍ୟରେ ଦ୍ୱିତୀୟ ଥର କରୋନା ସଂକ୍ରମିତ ହୋଇଥିଲେ। ତାଙ୍କର ଅହରହ କାଶ ହେଉଥିଲା। ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହୋଇଥିଲା। ଜାନୁୟାରୀରେ ସେ ସନ୍ତରଣ କରିପାରିବେ କି ନା ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ତାଭ୍କୁ ଟ୍ରେନିଂ ବନ୍ଦ କରିବାକୁ ହୋଇଥିଲା। ନିଜ ଆପାର୍ଟମେଣ୍ଟରେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ହୋଇଥିଲା। ଆଉ ୩ ମାସ ପରେ ଅର୍ଥାତ ଏପ୍ରିଲ ଟ୍ରାଏଲ୍ସ ହେବାରୁ କାର୍ଯ୍ୟକ୍ରମ ରହିଥିଲା। ଅଲିମ୍ପକ ସ୍ବର୍ଣ୍ଣ ତ ଦୂରୁହ ବ୍ୟାପାର। ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ବେଳେ ମହାମାରୀ କିପରି ବାଧା ସୃଷ୍ଟି କରିଥିଲା। ବହୁ ଅଲିମ୍ପିଆଙ୍କଠାରୁ ଅନେକ କଥା ଶୁଣିବାକୁ ମିଳେ। ମାତ୍ର ଡିନ୍‌ ଦୁଇଥର ଗୁରୁତର ଭାବେ ସଂକ୍ରମିତ ହୋଇଛନ୍ତି। ସୁସ୍ଥ ହେବା ପରେ ସେ ଏତେଟା ଦୁର୍ବଳ ହୋଇ ପଡ଼ିଥିଲେ ଯେ, ୬ ସପ୍ତାହ ଧରି ସନ୍ତରଣାଗାରକୁ ଯାଇ ପାରି ନ ଥିଲେ। ଅଲିମ୍ପିକ୍ସ ଟ୍ରାଏଲ ବେଳକୁ ସେ ଫିଟ୍‌ ହୋଇପାରିବେ କି ନା ସେ ନେଇ ତାଙ୍କର ସନ୍ଦେହ ରହିଥିଲା। କିନ୍ତୁ କୋଚ୍‌ ଡେଭିଡ ମ୍ୟାକ୍‌ନଲ୍ଟିଙ୍କ ଯୋଗୁ ସେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେଇ ପାରିଲେ ବୋଲି ୨୧ ବର୍ଷୀୟ ଡିନ୍‌ କହିଛନ୍ତି। ଡିନ୍‌ଙ୍କ ବିଜୟ ଗ୍ରେଟ୍‌ ବ୍ରିଟେନ ଟିମ୍‌କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। କାରଣ ସମସ୍ତେ ସ୍କଟ ସ୍ବର୍ଣ୍ଣ ଜିତିବେ ବୋଲି ଆଶା କରୁଥିଲେ। ମାତ୍ର ଡିନ୍‌ ଅଳ୍ପକେ ଆଗରେ ରହି ପ୍ରଥମ ହେବା ସହ ସ୍କଟଙ୍କ ଦ୍ୱାରା ପ୍ରତିଷ୍ଠା ବ୍ରିଟିଶ ରେକର୍ଡକୁ ସେ ଭଙ୍ଗ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri