ବରଗଡ଼ରେ ଡାକ୍ତରଙ୍କ ସମେତ ୨୨ ଜଣଙ୍କୁ କରୋନା

ବରଗଡ଼ ଅଫିସ,୨୦ା୭: ବରଗଡ଼ ଜିଲାରେ ସୋମବାର ପୁଣି ୨୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ଜିଲା ପୌରାଞ୍ଚଳର ୭ଜଣ, ବରଗଡ଼ ବ୍ଲକ କଟାପାଲି ଗ୍ରାମର ୧୩ଜଣ, ଅତାବିରା ଓ ସୋହେଲା ଅଞ୍ଚଳର ଜଣେ ଲେଖାଏ ଅଛନ୍ତି। ତେବେ ବରଗଡ଼ ପୌରାଞ୍ଚଳର ଆକ୍ରାନ୍ତଙ୍କ ମଧ୍ୟରେ ସହରର ବ୍ରହ୍ମକୁମାରୀ ଗଳିର ୩ ଜଣ ଭୁବନେଶ୍ବର ଫେରନ୍ତା, ଟିଟିଲାଗଡ଼ିଆ ଝୁମ୍ପୁଡିପଡ଼ାର ୨ଜଣ, ଜିଲା ମୁଖ୍ୟ ଡାକ୍ତରଖାନାର ଜଣେ ଡାକ୍ତର ଏବଂ ପଞ୍ଚାୟତ କଲେଜ ରୋଡ୍‌ର ଅନ୍ୟଜଣେ ରହିଛନ୍ତି। ସେହିପରି ସୋହେଲା ପେଟୁପାଲି ଗ୍ରାମର ଆକ୍ରାନ୍ତ ଜଣକ ତ୍ରିପୁରା ଏବଂ ଅତାବିରା ଅଞ୍ଚଳର ଆମଝର(ଟାଙ୍ଗରପାଲି)ର ଆକ୍ରାନ୍ତ ଜଣକ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ କଟାପାଲିର ଆକ୍ରାନ୍ତମାନେ ସଙ୍ଗରୋଧ ଅଞ୍ଚଳର ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କରୋନା ପ୍ରତିହତ ପାଇଁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିବା ବେଳେ ସଂକ୍ରମିତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଆଣିବାକୁ ଅଧ କି.ମି.

ବଇଣ୍ଡା,୨୪।୩(ଡି.ଏନ.ଏ.): ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ ରହିଛି। ହେଲେ ପଞ୍ଚାୟତର ସମସ୍ତ ସାହିକୁ ପାଇପ୍‌ ପାଣି ମିଳୁନି। ଏପରି ଅସୁବିଧାର ସମ୍ମୁଖୀନ...

ଜେଲ୍‌ ଗଲେ ନକଲି ସୋରିଷ ତେଲ କାରଖାନା ଚଳାଉଥିବା ଦମ୍ପତି

ଉଦଳା, ୧୦।୧୧ (ଡି.ଏନ.ଏ) – ମୟୂରଭଞ୍ଜ ଜିଲା ଉଦଳା ଥାନାଠାରୁ ମାତ୍ର ଦେଢ କି.ମି. ଦୂର ଏନଏସି ଅଧୀନ ୧୨ ନଂ ୱାର୍ଡରେି ଚାଲିଥିବା ନକଲି...

ଖେଳବେଳେ ଅଘଟଣ, କୂଅରେ ପଡ଼ି ଦୁଇ ଭଉଣୀ ମୃତ

ଅମରପାଲି,୫।୪(ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରରେ ମଙ୍ଗଳବାର ଖେଳୁଥିବା ବେଳେ କୂଅରେ ପଡି ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେଢବର୍ଷର ସିଦ୍ଧିଶ୍ରୀ ଶତପଥୀ ଏବଂ...

୪୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୫।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍‌ ଲାଗିଛି। ଦୈନିକ ସଂକ୍ରମଣ...

ବରଗଡ଼ରେ ମାତିଛନ୍ତି ଚୋର: ଘରେ କେହି ନ ଥିବା ବେଳେ ନେଇଗଲେ ନଗଦ ଟଙ୍କା, ସୁନାଗହଣା; ଟାଉନ ଥାନା ପୋଲିସର ତନାଘନା

ବରଗଡ଼ ଅଫିସ୍‌,୨।୮- ବରଗଡ଼ ସହରରେ ଗତ କିଛିମାସ ହେଲା ଚୋରମାନେ ସକ୍ରିୟ ହୋଇପଡ଼ିଛନ୍ତି। ପୋଲିସକୁ ଚ୍ୟାଲେଞ୍ଜ କରି ସହରରେ ଗୋଟିଏ ପରେ ଗୋଟିଏ ଚୋରି ଘଟୁଛି...

ଅବ୍ୟବସ୍ଥାରେ ସାକ୍ଷୀଗୋପାଳ ପର୍ଯ୍ୟଟନ ସ୍ଥଳ

ସାକ୍ଷୀଗୋପାଳ, ୪।୧(ସ୍ବ.ପ୍ର./ଡି.ଏନ୍‌.ଏ.): ପର୍ଯ୍ୟଟନ ଋତୁ ଏବଂ ନୂଆବର୍ଷ ଲାଗି ପ୍ରତିଟି ତୀର୍ଥକ୍ଷେତ୍ର, ପର୍ଯ୍ୟଟନ ସ୍ଥଳ ଏବଂ ଦର୍ଶନୀୟ ସ୍ଥାନରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କର ଭିଡ଼ ଲାଗିଛି।...

ନାବାଳିକାଙ୍କୁ ଅପହରଣ ଅଭିଯୋଗ

ଫୁଲବାଣୀ ଅଫିସ, ୧୭ା୭: ଖଜୁରିପଡା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଖଜୁରିପଡା ଥାନାରେ ଅଭିଯୋଗ ହୋଇଛି ା ଲାଇନପଡା ଅଞ୍ଚଳର ଜଣେ ଯୁବକ...

ଖୁସି ଆଣିଲା ଲଘୁଚାପ ବର୍ଷା

ଢେଙ୍କାନାଳ ଅଫିସ, ୧୫।୮: ଢେଙ୍କାନାଳ ଜିଲାର ଚାଷୀଙ୍କୁ ସୁହାଇଛି ଲଘୁଚାପଜନିତ ବର୍ଷା। ଫଳରେ ଜୁଲାଇରେ ଧିମେଇଥିବା ଖରିଫ୍‌ ଚାଷ କାର୍ଯ୍ୟ ଜୋର୍‌ ଧରିଛି। ତଥାପି ଅଗଷ୍ଟ ୧୩...

Advertisement
Archives

Model This Week