ଆଇଟିବିପିର ୨୦ ଯବାନଙ୍କୁ ଦିଆଗଲା କରୋନା ଟିକା

ନୂଆଦିଲ୍ଲୀ,୧୬ ।୧: କରୋନା ମହାମାରୀକୁ ନେଇ ଭାରତରେ ବିଶ୍ୱର ସବୁଠାରୁ ବଡ ଟିକାକରଣ କାର୍ଯ୍ୟକ୍ରମ ଶନିବାର ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି । ଲଦ୍ଦାଖରେ ମୁତୟନ ଥିବା ଇଣ୍ଡୋ ତିବ୍ୱତ ବର୍ଡର ପୋଲିସ (ଆଇଟିବିପି)ର ପାଖାପାଖି ୨୦ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ଟିକା ଦିଆଯାଇଛି । ଆଇଟିବିପିର ପ୍ରବକ୍ତା ବିବେକ କୁମାର ପାଣ୍ଡେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଟିକା ନେଇଥିବା ସଦସ୍ୟମାନଙ୍କ ଭିତରେ ୨ ମହିଳା ଅଧିକାର, ମୁଖ୍ୟ ଚିକିତ୍ସା ଅଧିକାରୀ ସାମିଲ ଅଛନ୍ତି । କରୋନା ମହାମାରୀ ପାଖାପାଖି ଏକ ବର୍ଷ ହେବ ସାରା ବିଶ୍ୱକୁ ତା’କବଳରେ ରଖିଥିବା ବେଳେ ଏବେ ଏହାର ଭ୍ୟାକ୍ସିନ ନୂଆ ଆଶା ସଞ୍ଚାର କରିଛି । ଦେଶରେ ଖୁବଶୀଘ୍ର ଆଉ ଏକ ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି କୁହାଯାଇଛି ।

Share