Categories: ଫୁରସତ

୨୬ ବର୍ଷ ପରେ ବାପ-ପୁଅଙ୍କୁ ମିଶାଇଲା ଇନ୍‌ଷ୍ଟାଗ୍ରାମ

ଆମେରିକାର ଜଣେ ୨୬ ବର୍ଷୀୟ ଯୁବକ ତାଙ୍କ ପ୍ରକୃତ ପିତାଙ୍କ ପରିଚୟ ପାଇଛନ୍ତି। ସୋସିଆଲ ମିଡିଆରେ ଚାଟ୍‌ କରୁକରୁ ସେ ପିତାଙ୍କ ପରିଚୟ ପାଇଛନ୍ତି।

ଜୁନ୍‌ ୨୦୨୦ରେ କେମ୍‌ରୁନ୍‌ ନାମକ ଯୁବକଙ୍କୁ ଯେତେବେଳେ ୨୬ ବର୍ଷ ହୋଇଥିଲା ସେ ଜଣେ ବ୍ୟକ୍ତିଙ୍କୁ ସୋସିଆଲ ମିଡିଆରେ ଦେଖିଥିଲେ। ଯିଏ କି ତାଙ୍କ ପ୍ରକୃତ ପିତା। ଏହା ପରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ମେସେଜ କରିଥିଲେ। ଦୁହିଁଙ୍କ ମଧ୍ୟରେ ଫଟୋ ଆଦାନ ପ୍ରଦାନ ହୋଇଥିଲା। ଏହା ପରେ ଦୁହେଁ ଦୁହିଁଙ୍କ ପରିଚୟ ପାଇଥିଲେ।

କେମରୁନ ଟୁଇଟରରେ ନିଜର କାହାଣୀ ଶେୟାର କରିଛନ୍ତି। ସେ ଜୁନ୍‌ରେ ପ୍ରକୃତ ପିତାଙ୍କ ସହିତ ଯେଉଁ ଚାଟ୍‌ କରିଥିଲେ ତାହାର ସ୍କ୍ରିନ୍‌ ଶଟ୍‌ ପୋଷ୍ଟ କରିଛନ୍ତି। ଏଥିସହିତ ତାଙ୍କ ପ୍ରକୃତ ପିତାଙ୍କ ସହ ହୋଇଥିବା ସାକ୍ଷାତ ସମୟର ଏକ ଫଟୋ ବି ଶେୟାର କରିଛନ୍ତି। କେମରୁନ୍‌ଙ୍କ ଏହି ଭିଡିଓକୁ ୪ ଲକ୍ଷ ୨୪ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

Share