Categories: ଖେଳ

୨୮ ବର୍ଷ ପରେ ବି ଭାଙ୍ଗିନି କପିଳ ଦେବଙ୍କ ଏହି ରେକର୍ଡ

ନୂଆଦିଲ୍ଲୀ,୨୪।୧୨: ୧୮ ଜୁନ ୧୯୮୩ରେ କପିଳ ଦେବ ଟୁନବ୍ରିଜ ୱେଲ୍ସରେ ଜିମ୍ବାୱେ ବିପକ୍ଷ ବିଶ୍ୱକପ ଗ୍ରୁପ ମ୍ୟାଚରେ ଐତିହାସିକ ୧୭୫ ସ୍କୋର କରିଥିଲେ। ତାଙ୍କର ଏହି ଇନିଂସ ବାକି ଦଳ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା ଯେ ସେ ଯେକୌଣସି ପରିସ୍ଥିତିରେ ବିଜୟ ହାସଲ କରିପାରିବେ। ଭାରତ ୧୭ରେ ପାଞ୍ଚଟି ଉଇକେଟ ହରାଇଥିଲା, ଏହି ସମୟରେ କପିଲ ଏହି ଇନିଂସ ଖେଳିଥିଲେ। ସୁନୀଲ ଗାଭାସ୍କର, କ୍ରିଷ୍ଣାମୋଚାରି ଶ୍ରୀକାନ୍ତ, ମୋହିନ୍ଦର ଅମରନାଥ, ସନ୍ଦୀପ ପାଟିଲ ଏବଂ ଯଶପାଲ ଶର୍ମା ଅଳ୍ପ ସ୍କୋରରେ ପ୍ୟାଭିଲିୟନକୁ ଫେରିଥିଲେ। ଏହା ପରେ କପିଳ ୧୩୮ବଲରେ ଶତକ ଅର୍ଜନ କରିଥିଲେ। ଏଥିରେ ୧୬ ଚୌକା ଓ ଛଅ ଛକା ମାରିଥିଲେ ।
୧୭୫ ର କପିଳଙ୍କ ଇନିଂସ ସେତେବେଳେ ଦିନିକିଆ କ୍ରିକେଟରେ ସର୍ବୋଚ୍ଚ ବ୍ୟକ୍ତିଗତ ଇନିଂସ ଥିଲା। ଦିନିକିଆରେ କୌଣସି ଭାରତୀୟଙ୍କ ଦ୍ୱାରା ଏହା ପ୍ରଥମ ଶତକ ଥିଲା। ତେବେ ବିଶ୍ୱକପ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଦୃଷ୍ଟିରୁ ଏହା ବର୍ତ୍ତମାନ ସାତ ନମ୍ବରରେ ରହିଛି। ସେ ମାର୍ଟିନ ଗୁପଟିଲ, କ୍ରିସ ଗେଲ, ଗ୍ୟାରି କିର୍ଷ୍ଟନ, ସୌରଭ ଗାଙ୍ଗୁଲି, ଭିଭିଆନ ରିଚାର୍ଡସ ଏବଂ ଡେଭିଡ ୱାର୍ନରଙ୍କଠାରୁ ଆଗରେ ଅଛନ୍ତି।
ଅବଶ୍ୟ, ପାଞ୍ଚ ନମ୍ବର କିମ୍ବା ତା’ଠାରୁ କମ ବ୍ୟାଟିଂ କ୍ରମରେ ୧୭୫ କପିଲଙ୍କ ଇନିଂସ ବିଶ୍ୱକପରେ ଏବଂ ଦିନିକିଆରେ ସର୍ବାଧିକ ସ୍କୋର। ଗତ ୨୮ ବର୍ଷ ଧରି ଏହି ରେକର୍ଡ ଭାଙ୍ଗି ନାହିଁ। ଆମେରିକାର ଜେଏସ ମାଲହୋତ୍ରା ଏବଂ ନ୍ୟୁଜିଲାଣ୍ଡର ଲୁକ ରୋଞ୍ଚି ଏହି ରେକର୍ଡର ନିକଟତର ହୋଇଥିଲେ ମଧ୍ୟ ଏହାକୁ ଭାଙ୍ଗି ପାରି ନ ଥିଲେ। ମାଲହୋତ୍ରା ୧୭୩ ରନର ଏକ ଇନିଂସ ଖେଳି ପାଞ୍ଚ ନମ୍ବରରେ ବ୍ୟାଟିଂ କରିଥିଲେ। ଏଥିସହିତ ରୋଞ୍ଚି ୧୭୦ରନର ଏକ ଇନିଂସ ଖେଳିଥିଲେ।

Share