ଚାଲାଣ ବେଳେ ୨୪ ଶ୍ରମିକ ଉଦ୍ଧାର

ଢେଙ୍କାନାଳ ଅଫିସ, ୩।୨: ବେଆଇନ ଭାବେ ତାମିଲନାଡୁ ଚାଲାଣ କରାଯାଉଥିବା ୨୪ ଶ୍ରମିକଙ୍କୁ ଢେଙ୍କାନାଳ ଜିଲା ଶ୍ରମ ବିଭାଗ ପୋଲିସ ସହାୟତାରେ ମଙ୍ଗଳବାର ଉଦ୍ଧାର କରିଛି। ଶ୍ରମିକ ଚାଲାଣରେ ମଧ୍ୟସ୍ଥ ସାଜିଥିବା ବ୍ୟକ୍ତିଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଅନ୍ୟପଟେ ଶ୍ରମିକଙ୍କୁ ନେବାକୁ ତାମିଲନାଡୁରୁ ଆସୁଥିବା ବସ୍‌ ଖାଲି ଫେରିଛି। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
କଙ୍କଡ଼ାହାଡ଼, କାମାକ୍ଷାନଗର, ଭୁବନ, କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳର ସମ୍ପୃକ୍ତ ଶ୍ରମିକମାନେ ତାମିଲନାଡୁର ଏକ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀରେ କାମ କରୁଥିଲେ। କରୋନା ଲକ୍‌ଡାଉନ୍‌ ପରେ କମ୍ପାନୀ ବନ୍ଦ ହୋଇଯିବାରୁ ସେମାନେ ଘରକୁ ବାହୁଡ଼ି ଆସିଥିଲେ। ସ୍ଥିତି ସୁଧୁରିବା ପରେ ଉକ୍ତ କମ୍ପାନୀ ଶ୍ରମିକଙ୍କୁ ଫେରାଇ ନେବା ଲାଗି ତାମିଲନାଡୁରୁ ଏକ ବସ୍‌ ପଠାଇଥିଲା। ଶ୍ରମିକଙ୍କୁ ତାମିଲନାଡୁ ପହଞ୍ଚାଇବାରେ ମଧ୍ୟସ୍ଥ ସାଜିଥିଲେ ତେଲକୋଇ ଅଞ୍ଚଳର ସୁଶାନ୍ତ ପାତ୍ର। କୌଣସି ସୂତ୍ରରୁ ସୂଚନା ପାଇ ଢେଙ୍କାନାଳ ସହର ଉପକଣ୍ଠ ୫୫ନଂ. ଜାତୀୟ ରାଜପଥର କାମାକ୍ଷାନଗର ରୋଡ ଛକଠାରେ ଅପରାହ୍ନ ସାଢ଼େ ୨ଟାରେ ଜିଲା ଶ୍ରମ ବିଭାଗ କର୍ମଚାରୀ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। କୌଣସି କାଗଜପତ୍ର ନ ଥାଇ ସମ୍ପୃକ୍ତ ଶ୍ରମିକଙ୍କୁ ବେଆଇନ ଭାବେ ନିଆଯାଉଥିଲା। ସେମାନଙ୍କୁ ଉଦ୍ଧାର କରି ହାଟରୋଡ୍‌ସ୍ଥିତ ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା କରାଯାଇଥିଲା। ସମସ୍ତଙ୍କୁ ଗାଡ଼ିରେ ନିଜ ନିଜ ଘରକୁ ପଠାଇ ଦିଆଯାଇଛି। ସୁଶାନ୍ତଙ୍କୁ ଶ୍ରମ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ଏ ସଂକ୍ରାନ୍ତରେ ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର କୁହନ୍ତି, ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଶ୍ରମିକଙ୍କୁ ନେଉଥିବା ବସ୍‌ ଅଟକାଇ ଶ୍ରମ ବିଭାଗ ଜିମା ଦିଆଯାଇଥିଲା। ଜିଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ କୁହନ୍ତି, ତାମିଲନାଡୁର ଏକ କମ୍ପାନୀରେ କାର୍ଯ୍ୟରତ ସମ୍ପୃକ୍ତ ଶ୍ରମିକମାନେ ଲକ୍‌ଡାଉନ୍‌ରେ ଘରକୁ ଫେରି ଆସିଥିଲେ। ବିନା କାଗଜପତ୍ର ଏବଂ ମାଲିକଙ୍କ ଲେଖା ନ ଥାଇ ସେମାନଙ୍କୁ ପୁଣି ନିଆଯାଉଥିଲା, ଯାହା ବେଆଇନ। ମଧ୍ୟସ୍ଥଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଘଟଣାର ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri