Categories: ଖେଳ

୮ ବର୍ଷ ତଳେ କରିଥିଲେ ଟୁଇଟ୍‌: ଏବେ ମାଗିଲେ କ୍ଷମା

ଇଂଲଣ୍ଡ ଦ୍ରୁତ ବୋଲର ଓଲି ରବିନ୍ସନ ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ଡେବ୍ୟୁ ମ୍ୟାଚ୍‌ ଗୋଟିଏ ଦିନ ପୂର୍ବରୁ ନିଜର ପ୍ରାୟ ୮ ବର୍ଷ ପୁରୁଣା ଟୁଇଟ୍‌ ପାଇଁ ତାଙ୍କୁ କ୍ଷମା ମାଗିବାକୁ ପଡିଛି। ରବିନସନଙ୍କୁ ମାତ୍ର ୧୮ ବର୍ଷ ହୋଇଥିବାବେଳେ ସେ ଏପ୍ରିଲ ୨୦୧୨ରୁ ଜୁନ ୨୦୧୩ ମଧ୍ୟରେ ଏକ ଟୁଇଟ୍‌ କରିଥିଲେ। ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଟୁଇଟ୍‌ରେ ସେ ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ ଆତଙ୍କବାଦୀ କହିଥିଲେ। କେବଳ ଏତିକି ନୁହେଁ, ମହିଳା ଏବଂ ଏସୀୟ ମୂଳ ଲୋକଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ରବିନସନ୍‌ ଏବେ ଏକ ନିଜର ଟୁଇଟ୍‌ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ତେବେ ଏହି ଟୁଇଟ୍‌ ପାଇଁ ପ୍ରଶଂସକ ତାଙ୍କୁ ଭର୍ତ୍ସନା କରିଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ଲର୍ଡସ ଟେଷ୍ଟର ପ୍ରଥମ ଦିନ ଶେଷ ହେବାର କିଛି ସମୟ ପରେ ରବିନସନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ମୋ କ୍ୟାରିୟରର ସବୁଠାରୁ ବଡ ଦିନରେ ମୁଁ ୮ ବର୍ଷ ପୂର୍ବେ ପୋଷ୍ଟ କରିଥିବା ଟୁଇଟ୍‌ ପାଇଁ କ୍ଷମା ପ୍ରାର୍ଥନା କରୁଛି। ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ଜାତିବାଦୀ କିମ୍ବା ଲିଙ୍ଗବାଦୀ ନୁହେଁ। ମୁଁ ମୋର କାର୍ଯ୍ୟକଳାପ ପାଇଁ ଦୁଃଖିତ। ଯଦି ମୋର କାର୍ଯ୍ୟ କାହାର ଭାବନାକୁ ଆଘାତ ଦେଇଛି, ମୁଁ ବିନା ସର୍ତ୍ତରେ କ୍ଷମା ମାଗିବାକୁ ଚାହୁଁଛି ମୁଁ ଚିନ୍ତା ନ କରି ଦାୟିତ୍ୱହୀନ ଭାବରେ ଆଚରଣ କରିଥିଲି। ଏଥିପାଇଁ କ୍ଷମା ଚାହୁଁଚି ବେkାଲି ସେ କହିଛନ୍ତି।

Share