ସିଦ୍ଧାର୍ଥଙ୍କ ପାଇଁ ଶେହନାଜଙ୍କ ଶେଷ ଶବ୍ଦ ଶୁଣି ଆଖିରେ ଆସିଯିବ ଲୁହ

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅଚାନକ ମୃତ୍ୟୁ ପରେ ତାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ତାଙ୍କ ପ୍ରଶଂସକ। ଏହି ଘଟଣା ପରଠୁ ସବୁବେଳେ ହସ ହସ ମୁହଁରେ ରହୁଥିବା ତାଙ୍କ ପ୍ରେମିକା ଶେହନାଜ ଗିଲ୍‌ଙ୍କ ଆଖିରୁ ଲୁହ ଶୁଖୁନି। ସିଦ୍ଧାର୍ଥଙ୍କ ଅନ୍ତିମ ଦର୍ଶନ ପାଇଁ ବହୁ ସେଲିବ୍ରିଟି ଓଶିବାରା ଶ୍ମଶାନରେ ପହଞ୍ଚିଥିଲେ। ସିଦ୍ଧାର୍ଥ ଖୁବ ନିକଟତର ଥିବା ଶେହନାଜ ଗିଲ ବି ସେଠାରେ ପହଞ୍ଚିଥିଲେ। ସେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ ଏବଂ ଶେଷଥର ପାଇଁ ସେ ସିଦ୍ଧାର୍ଥଙ୍କୁ କାନ୍ଦି କାନ୍ଦି କହୁଥିଲେ ‘ସିଦ୍ଧାର୍ଥ ମେରା ବଚା..’ ତୁମ ବିନା ମୁଁ କେମିତି ବଞ୍ଚିବି। ଶୁଟିଂ ସେଟ୍‌ରେ ଥିବା ଶେହନାଜ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ଅଧାରୁ ଶୁଟିଂ ଛାଡି ଚାଲି ଆସିଥିଲେ। ସିଦ୍ଧାର୍ଥଙ୍କ ସହ ଶେହନାଜଙ୍କ କେମିଷ୍ଟ୍ରୀକୁ ଫ୍ୟାନ ଖୁବ ପସନ୍ଦ କରନ୍ତି। ଏପିରିକି ଦୁହେଁ ପରସ୍ପରକୁ ଭଲ ପାଉଥିବା ମଧ୍ୟ ଗୁଜବ ଉଠେ। କିନ୍ତୁ ଏପର୍ଯ୍ୟନ୍ତ କେହିକି ଖୁଲମଖୁଲା ନିଜ ସମ୍ପର୍କର ଖୁଲାସା କରିନଥିଲେ।
ବିଗ ବସ-୧୩ରେ ସିଦ୍ଧାର୍ଥ ଓ ଗିଲ ପରସ୍ପର ନିକଟତର ହୋଇଥିଲେ। ସେମାନଙ୍କର ବନ୍ଧୁତା ଶୋ’ ଶେଷ ହେବା ପରେ ମଧ୍ୟ ବଳବତ୍ତର ରହିଥିଲା। ଏହି ଯୋ ସୋସିଆଲ ମିଡିଆରେ ସବୁଠାରୁ ପସନ୍ଦର ଯୋଡି ଆଖ୍ୟା ପାଇଥିଲେ। ଉଭୟଙ୍କ ଫ୍ୟାନ ସୋସିଆଲ ମିଡିଆରେ ସିଡନାଜର ଟ୍ରେଣ୍ଡ ଚଳାଇଥିଲେ।
ନିକଟରେ ଶେହନାଜ ଓ ସିଦ୍ଧାର୍ଥ ବିଗ ବସ ଓଟିଟିରେ ଅତିଥି ଭାବେ ନଜର ଆସିଥିଲେ। ଏହାବ୍ୟତୀତ ଏହି ଯୋ ‘ଡ୍ୟାନ୍ସ ଦିୱାନେ’ ସେଟରେ ଖୁବ ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା। ବିଗ ବସ ପରେ ସିଦ୍ଧାର୍ଥଙ୍କ ଲାଇଫ ଷ୍ଟାଇଲ ସମ୍ପୂର୍ଣ୍ଣ ବଦଳି ଯାଇଥିଲା ଏବଂ ତାଙ୍କୁ କିଛି ବଡ ବଡ ପ୍ରୋଜେକ୍ଟ ମଧ୍ୟ ଅଫର୍‌ କରାଯାଇଥିଲା। ସିଦ୍ଧାର୍ଥ ଏବଂ ଶେହନାଜ ଡିସେମ୍ବର ୨୦୨୧ରେ ବିବାହ କରିବାକୁ ଯୋଜନା କରୁଥିଲେ। ଉଭୟ ଏ ସମ୍ପର୍କରେ ନିଜ ପରିବାରକୁ ମଧ୍ୟ ସୂଚନା ଦେଇଥିଲେ। ଯାହା ପରେ ସେମାନଙ୍କ ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲ।

Share