ବାପା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତା

ଟିଭି ଶୋ’ ‘ଇଶ୍କବାଜ’ର ଅଭିନେତା ନକୁଲ ମେହତା ବାପା ହେବାକୁ ଯାଉଛନ୍ତି। ନକୁଲଙ୍କ ସ୍ତ୍ରୀ ଜାନକୀ ଗର୍ଭବତୀ ଅଛନ୍ତି। ଏ ନେଇ ନକୁଲ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେୟାରକରି ସୂଚନା ଦେଇଛନ୍ତି। ଉକ୍ତ ଫଟୋରେ ନକୁଲ ଏବଂ ତାଙ୍କ ସ୍ତ୍ରୀ ରୋମାଣ୍ଟିକ୍‌ ଦେଖାଯାଉଛନ୍ତି। ଜାନକୀ ବେବି ବମ୍ପ୍‌ ସହ ନଜର ଆସୁଛନ୍ତି। ଏହି ଫଟୋ ଭାଇରାଲ ହେବା ପରେ ଟିଭି କଳାକାରମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି।
ଉଦୟପୁର ଶହରରେ ଜନ୍ମଗ୍ରହଣ କରିଥିବା ନକୁଲ ରାଜପରିବାର ଅଟନ୍ତି। ସେ ରାଜା ପୃଥ୍ବୀରାଜ ଚୌହ୍ବାନଙ୍କ ବଂଶଧର। ୨୦୧୨ ମସିହାରେ ସିଲିଏଲ୍‌ ‘ପ୍ୟାର କା ଦର୍ଦ୍ଦ ହୈ, ମିଠା ମିଠା ପ୍ୟାରା ପ୍ୟାରା’ରୁ କ୍ୟାରିୟର ଆରମ୍ଭ କରିଥିଲେ।

Share