୩ କୋଟିର ଅଫରକୁ ପ୍ରତ୍ୟାଖ୍ୟାନ କଲେ ଏହି ଅଭିନେତ୍ରୀ

ଛୋଟ ପରଦାର ଚର୍ଚ୍ଚିତ ଟିଭି ଶୋ’ ‘ବିଗ୍‌ ବସ୍‌’ର ଆଗାମୀ ସିଜିନ୍‌ ଅର୍ଥାତ୍‌ ‘ବିଗ୍‌ ବସ୍‌-୧୪’କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର୍‌ ଧରିଛି। ଏଥର ଶୋ’ରେ କେଉଁମାନେ ଅଂଶଗ୍ରହଣ କରିବେ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଅନେକ ଲୋକପ୍ରିୟ ନାମ ଏବେ ଚର୍ଚ୍ଚାରେ ରହିଛି। ଏହାର ପୂର୍ବ ସିଜିନ୍‌ ଅର୍ଥାତ୍‌ ବିଗ୍‌ ବସ୍‌-୧୩ ଜବରଦସ୍ତ ପ୍ରତିକ୍ରିୟା ପାଇବା ପରେ ନିର୍ମାତା ଏହି ସିଜିନ୍‌କୁ ସୁପରଡୁପର ହିଟ୍‌ କରିବାକୁ ଚାହୁଁଛନ୍ତି। ଏଥିପାଇଁ ନିର୍ମାତା ଛୋଟ ପରଦାର ବଡ ବଡ କଳାକାରଙ୍କୁ ନେବାକୁ ଚାହୁଁଛନ୍ତି। ସଲମାନ୍‌ ଖାନ୍‌ଙ୍କ ଏହି ଶୋ’ ପାଇଁ ନିର୍ମାତା ଜେନିଫର ଓ୍ବିଙ୍ଗେଟ ଏବଂ ଶିଭିନ ନାରଙ୍ଗକୁ ଅଫର ଦେଇଛନ୍ତି। ଏଥିପାଇଁ ଜେନିଫରଙ୍କୁ ୩ କୋଟି ଟଙ୍କା ଅଫର କରାଯାଇଥିଲା। ମାତ୍ର ଜେନିଫର ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି। ତେବେ ଶିଭିନ ଏଥିରେ ରାଜି ହୋଇଥିବା ଶୁଣିବାକୁ ମିଳୁଛି।

Share