ମେକ୍‌ଅପ୍‌ ରୁମ୍‌ରେ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ

ବମ୍ବେ: ଆତ୍ମହତ୍ୟା କରିଛନ୍ତି ଟେଲି ଅଭିନେତ୍ରୀ ତୁନିଶା ଶର୍ମା। ମେକ୍‌ଅପ୍‌ ରୁମ୍‌ରେ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ଅଲିବାବା ସେଟ୍‌ରେ ଏହି ଘଟଣା ଘଟିଛି। ଶନିବାର ତୁନିଶା ସହଅଭିନେତା ଶ୍ରୀଜାନଙ୍କ ମେକ୍‌ଅପ୍‌ ରୁମ୍‌ରେ ପହଞ୍ଚିଥିଲେ। ଶ୍ରୀଜାନ ଶୁଟିଂରେ ବ୍ୟସ୍ତ ଥିବା ବେଳେ ଶଟ୍‌ ଶେଷ ହେବା ପରେ ଆସିଥିଲେ। ହେଲେ ମେକ୍‌ଅପ୍‌ ରୁମ୍‌ କବାଟ ବାଡେଇଲେ ମଧ୍ୟ କେହି ଖୋଲି ନ ଥିଲେ। ଅନେକ ଥର ଡାକିବା ପରେ ନିରାଶ ହୋଇ ଶେଷରେ ସେ କବାଟ ଭାଙ୍ଗିଥିଲେ। ଏହାପରେ ଭିତରେ ତୁନିଶାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ପୋଲିସକୁ ଖବର ଦିଆଯାଇଥିଲା।

୨୦ ବର୍ଷୀୟ ତୁନିଶା ଟେଲି ଧାରାବାହିକ ‘ଅଲି ବାବା ଦାସ୍ତାନ ଏ କାବୁଲ’ ଏବଂ କଟ୍ରିନା କୈଫଙ୍କ ଫିଲ୍ମ ‘ଫିତୁର୍‌’କୁ ନେଇ ଚର୍ଚ୍ଚାରେ ଥିଲେ। ଏବେ ସେ ଅଭିନେତା ଶିବିନ ନାରଙ୍ଗଙ୍କ ସହ ଏକ ମ୍ୟୁଜିକ୍‌ ଭିଡିଓର ଶୁଟିଂ କରୁଥିଲେ। ଏସବୁ ମଧ୍ୟରେ ହଠାତ ତାଙ୍କର ଆତ୍ମହତ୍ୟା ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି।

Share