ବିବାହର ଛଅ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତ୍ରୀ

ବମ୍ବେ: ବିବାହର ଛଅ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହୋଇଛନ୍ତି ଅଭିନେତ୍ରୀ ସନା ଅମିନ ଶେଖ। ଟେଲି ଧାରାବାହିକ ‘କୁଛ ରଙ୍ଗ ପ୍ୟାର କେ ଐସେ ଭି’ ଫେମ୍‌ ସନା ନିର୍ଦ୍ଦେଶକ ଏଜାଜ୍‌ ଶେଖଙ୍କୁ ବିବାହ କରିଥିଲେ। ହେଲେ ବିବାହକୁ ନେଇ ଉଭୟ ଖୁସି ନ ଥିଲେ। ଏମିତିରେ ସେମାନେ ଅଲଗା ହେବା ବାଟକୁ ବାଛି ନେଇଛନ୍ତି।

ନିଜର ଛାଡ଼ପତ୍ରକୁ ନେଇ ସନା କହିଛନ୍ତି, ପରସ୍ପରକୁ ମାତ୍ର ଏକ ମାସ ଧରି ଜାଣିବା ପରେ ଆମେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲୁ। ଆମେ ପରସ୍ପରକୁ ପସନ୍ଦ କରୁଥିଲି। ହେଲେ ଟେଲିଜଗତର ହୋଇଥିବାରୁ ସମୟ ଅଭାବ ଥାଏ। ବହୁତ କଷ୍ଟରେ ନିଜର ସମୟକୁ ଉପଭୋଗ କରିହୁଏ। ପରିବାର ଏବଂ ପାର୍ଟନରଙ୍କ ସହ ସମୟ ବିତାଇବା ଲାଗି ଦିନଟାଏ ବି ଛୁଟି ମିଳେନାହିଁ। ବ୍ୟସ୍ତ ବହୁଳ ଜୀବନଶୈଳୀ ଯୋଗୁ ଆମେ ପରସ୍ପର ସହ ସମୟ ବିତାଇ ପାରିଲୁ ନାହିଁ। ବିବାହର ପରଦିନ ମୁଁ କୃଷ୍ଣଦାସୀ ଲାଗି ଶୁଟିଂ କରୁଥିଲି। କାମରୁ ସମୟ ମିଳୁଥିବା ସମୟରେ ପରସ୍ପର ଭିନ୍ନ କାମରୁ ଆସିଥିବାରୁ ଭିନ୍ନ ମତ ରଖୁଥିଲୁ। ଏମିତିରେ ବୁଝାମଣାର ଅଭାବ ଦେଖାଦେଇଥିଲା। ଉଭୟ ବିବାହକୁ ସଫଳ କରିବାକୁ ଚେଷ୍ଟା କରିଥିଲୁ, ହେଲେ ହୋଇପାରି ନ ଥିଲା। ବିବାହର ଛଅ ବର୍ଷ ମଧ୍ୟରେ ଅନେକ ଥର ଆମେ ଅଲଗା ହୋଇଛୁ, ପୁଣି ଏକାଠି ହୋଇ ରହିଛୁ। ଯଦି ଦୁଇଜଣ ଲୋକ ଗୋଟିଏ ଛାତ ତଳେ ରହି ବି ଖୁସି ନାହାନ୍ତି ତେବେ ଅଲଗା ହୋଇଯିବା ଠିକ୍‌ ବୋଲି ଭାବିଥିଲୁ। ଶେଷରେ ପାରସ୍ପରିକ ବୁଝାବଣାରେ ଆମେ ଅଲଗା ହୋଇଯାଇଥିଲୁ। ତେବେ ଏବେ ସେ ନିଜ କାମରେ ଧ୍ୟାନ ଦେଉଛନ୍ତି। ଓଟିଟି ପ୍ଲାଟଫର୍ମରେ କାମ କରିବାକୁ ସେ ଆଶାବାଦୀ ଅଛନ୍ତି ବୋଲି ସନା କହିଛନ୍ତି।

Share