ଆଇସିୟୁରେ ଭର୍ତ୍ତି ହେଲେ ଏହି ଅଭିନେତା: ଆର୍ଥିକ ସହାୟତା ମାଗିଲେ ଭାଇ

ଟିଭି ଶୋ’ ‘ମନ୍‌ କି ଆଓ୍ବାଜ୍‌ ପ୍ରତିଜ୍ଞା’ରେ ଅଭିନୟ କରି ଘରେ ଘରେ ପରିଚିତ ଅଭିନେତା ଅନୁପମ ଶ୍ୟାମ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମୁମ୍ବାଇସ୍ଥିତ ଲାଇଫ୍‌ଲାଇନ୍‌ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପାଇଁ ଅନୁପମଙ୍କ ଭାଇ ଅନୁରାଗ ଆର୍ଥିକ ସୟହାୟତା ମାଗିଛନ୍ତି।
ଗତ ୬ ମାସ ହେଲା ଅନୁପମ ଅସୁସ୍ଥ ଅଛନ୍ତି। ଆଙ୍କ କିଡ୍‌ନୀ ଖରାପ ଅଛି। ଏଥିପାଇଁ କିଛି ମାସ ପୂର୍ବେ ତାଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ଦେଢ଼ ମାସ ସେ ସେଠାରେ ରହି ଚିକିତ୍ସିତ ହେଉଥିଲେ। ସାମାନ୍ୟ ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ। ମାତ୍ର ଡାଏଲିସିସ୍‌ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଡାଏଲିସିସ୍‌ରେ ଅଧିକ ଖର୍ଚ୍ଚ ହେଉଥିବାରୁ ସେ ଆୟୁର୍ବେଦିକ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ସେଥିରେ କିଛି ଲାଭ ହେଲା ନାହିଁ। ପରେ ତାଙ୍କର ଡାଏଲିସିସ୍‌ କରାଗଲା। ଏବେ ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ବୋଲି ଭାଇ ଅନୁରାଗ କହିଛନ୍ତି।

Share