ବିବାହ ନ କରି ପିତା ହୋଇଥିଲେ ଏହି ଅଭିନେତା

ଅଶୀ ଦଶକର ସୁପରଷ୍ଟାର ଜିତେନ୍ଦ୍ରଙ୍କ ପୁଅ ତୁଷାର କପୁର କିନ୍ତୁ ବଲିଉଡରେ ନିଜ କରିସ୍ମା ଦେଖାଇ ପାରିନାହାଁନ୍ତି। ସେ ନିଜ କ୍ୟାରିୟରରେ ଯେତିକି ଅଧିକ ହିଟ ପିଲ୍ମ ଦେଇ ନାହାଁନ୍ତି, ତା’ଠାରୁ ଅଧିକ ଫ୍ଲପ ଫିଲ୍ମରେ କାମ କରିଛନ୍ତି। ତାଙ୍କ ସହ ଡେବ୍ୟୁ କରିଥିବା କରିନା କପୁର ଆଜି ଟପ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ। କିନ୍ତୁ ଆଜି ବି ତୁଷାରଙ୍କୁ ଷ୍ଟ୍ରଗଲ୍ଡ ଷ୍ଟାର ସନ କୁହାଯାଉଛି। ତୁଷାର ୧୯୭୬ ମସିହା ନଭେମ୍ବର ୨୦ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଜି ସେ ନିଜର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ଖୁବ୍‌ କମ୍‌ ଲୋକେ ଜାଣିଥିବେ। ତୁଷାର ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି। କିନ୍ତୁ ସେ ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଭିଟ୍ରୋ ଫର୍ଟିଲାଇଜେସନ୍‌ ପଦ୍ଧତି ଆପଣାଇ ୨୦୧୬ରେ ସେ ପୁତ୍ର ସନ୍ତାନର ପିତା ହୋଇଥିଲେ। ଏହାପରଠାରୁ ସେ ପୁଅ ଲକ୍ଷ୍ୟର ସମସ୍ତ ଯତ୍ନ ନିଜେ ନେଉଛନ୍ତି। ତାଙ୍କ ଭଉଣୀ ତଥା ଟେଲିଭିଜନ୍‌ କୁଇନ୍‌ ଏକତା କପୁର ମଧ୍ୟ ସରୋଗେସି ପଦ୍ଧତି ଆପଣାଇ ଏକ ପୁତ୍ର ସନ୍ତାନର ମା’ ହୋଇଛନ୍ତି।

Share