କମୁନି କଇଁଛ ଚୋରାଚାଲାଣ

ଏମ୍‌ଭି ୭୯,୧୧ା୯(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ଅଞ୍ଚଳରୁ କଇଁଛ ଚୋରାଚାଲାଣ କମିବା ନାଁ ଧରୁନି। ପୂର୍ବରୁ ୨ ଥର ବନ ବିଭାଗ ଚଢ଼ାଉ କରି ଯଥାକ୍ରମେ ୩୫୦ ଓ ୧୫୦ଟି କଇଁଛ ଜବତ କରିଥିବା ବେଳେ ଶନିବାର ପୁଣି କଇଁଛ ଚୋରାଚାଲାଣ ଉପରେ ରୋକ ଲଗାଇବାକୁ ଯାଇ ୭୭ଟି ଜବତ କରିଛି ବିଭାଗ। ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଅଟକ ରଖିଛି। ସେମାନଙ୍କୁ କଇଁଛ ଚାଲାଣ ସମ୍ପର୍କରେ ପଚରାଉଚରା କରାଯାଉଛି। ଖବରରୁ ଜଣାପଡିଛି, ମୋଟୁ ଅଞ୍ଚଳରୁ ଗୋଟିଏ କାର୍‌ରେ ୩ ଜଣ କଇଁଛ ଧରି ଆସୁଥିବା ସୂଚନା ପାଇ ଏମଭି-୭୯ ରେଞ୍ଜର ରଶ୍ମିରଞ୍ଜନ ସ୍ବାଇଁ ଏବଂ କର୍ମଚାରୀମାନେ ମୋଟୁରେ ଧରିଛନ୍ତି। କଇଁଛ ବେପାରିମାନେ କାର୍‌ରେ କଇଁଛ ଧରି ନଦୀପାର ହୋଇ ଚାଲିଯାଉଥିବା ସମୟରେ କର୍ମଚାରୀମାନେ ସେମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଜବତ ୭୭ଟି କଇଁଛ ମଧ୍ୟରୁ ୨୫ଟି ମରିଯାଇଥିବା ରେଞ୍ଜର ସ୍ବାଇଁ କହିଛନ୍ତି।