ବଜାର ବୁଲି ସଚେତନ କଲେ ପୋଲିସ କମିଶନର

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଭୁବନେଶ୍ୱରରେ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ଏବେ ବି ଜଟିଳ ସ୍ଥିତି ଜାରି ରହିଛି। ଅମାନିଆଙ୍କ ପାଇଁ ସଂକ୍ରମଣ ବଢ଼ୁଥିବାବେଳେ ଦିନକୁ ୩ଶହ ଉପରେ ପଜିଟିଭ୍‌ ବାହାରୁଛନ୍ତି। ସେହିଭଳି ଏହି ମହାମାରୀ ଏକାଧିକ ଜୀବନ ନେଉଛି। ଏପରିସ୍ଥିତିରେ କରୋନା ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କମିଶନରେଟ ପୋଲିସ ନୂଆ ନୂଆ ପନ୍ଥା ଆପଣାଉଛି। ଯାଞ୍ଚ ଓ କଟକଣାକୁ ଜୋର୍‌ଦାର କରାଯାଇଥିବାବେଳେ ଅମାନିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବିଶେଷକରି ହାଟ, ବଜାର, ମଲ୍‌ରେ ସାମାଜିକ ଦୂରତା ରହୁ ନ ଥିବାରୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କିଛି କଠୋର, ଆଉ କିଛି କୋମଳ ଆଭିମୁଖ୍ୟ ଗ୍ରହଣ କରି ସ୍ଥିତିରେ ସୁଧାର ଆଣିବାକୁ ଅଣ୍ଟା ଭିଡିଛନ୍ତି। ଗୁରୁବାର କଟକ ଓ ଭୁବନେଶ୍ୱରରେ ସମସ୍ତ ବ୍ୟବସାୟୀ ସଂଘ ସହ ଆଲୋଚନା କରି ସହଯୋଗ ଲୋଡ଼ିଥିଲେ। ଏଥିସହ କେତେକ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରସ୍ତାବ ଦେବା ସହ ବ୍ୟବସାୟୀଙ୍କଠାରୁ ଆଉକିଛି ପ୍ରସ୍ତାବ ମଧ୍ୟ ଗ୍ରହଣ କରିଥିଲେ। ତେବେ ସମସ୍ତଙ୍କ ସହଯୋଗରେ ହିଁ ସଂକ୍ରମଣ ରୋକିବା ସମ୍ଭବ ହେବ ବୋଲି କମିଶନର କହିଛନ୍ତି। ତେଣୁ ସେ ସଚେତନତା ଓ ସତର୍କତାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ପୋଲିସ କମିଶନର ଷଡ଼ଙ୍ଗୀ ନିଜ ଟିମ୍‌ ଧରି ରାସ୍ତାକୁ ଓହ୍ଲାଇଥିଲେ। ନିଜେ ରାଜଧାନୀର ବିଭିନ୍ନ ଛକ, ବଜାର ଓ ମଲ୍‌କୁ ଯାଇ ବ୍ୟବସାୟୀ ଏବଂ ଜନସାଧାରଣଙ୍କୁ ସଚେତନ କରିଥିଲେ। ବଜାରରେ କିଭଳି ଗ୍ରାହକମାନେ ସାମାଜିକ ଦୂରତ୍ୱ ବଜାୟ ରଖିବେ ସେଥିପ୍ରତି ଦୋକାନୀମାନେ ଧ୍ୟାନଦେବାକୁ ପରାମର୍ଶ ଦେଇଥିଲେ। ଏହାସତ୍ତ୍ୱେ ଆଗାମୀ ଦିନରେ କୋଭିଡ୍‌ ନିୟମ ଉଲ୍ଲଂଘନ ହେଲେ ସେସବୁ ବଜାରକୁ ବନ୍ଦ କରି ଦିଆଯିବ ବୋଲି କମିଶନର ଷଡ଼ଙ୍ଗୀ ସତର୍କ କରାଇଥିଲେ। ତାଙ୍କ ସହ ଡିସିପି ଉମାଶଙ୍କର ଦାଶ ଓ ସିକ୍ୟୁରିଟି ଡିସିପି ନିର୍ମଳ ଶତପଥୀ ଅନ୍ୟ ପୋଲିସ କର୍ମଚାରୀମାନେ ରାଜଧାନୀର ୟୁନିଟ୍‌-୧ ମାର୍କେଟ, ମାର୍କେଟ ବିଲ୍ଡି, ପାଲହାଇଟ୍ସ, ଡମଣାଛକ ଆଦି ଅଞ୍ଚଳ ବୁଲି ତଦାରଖ କରିଥିଲେ। କୋଭିଡ୍‌ ନିୟମ ପାଳନେରେ ଏନ୍‌ଫୋର୍ସମେଣ୍ଟର ଯାଞ୍ଚକୁ ମଧ୍ୟ ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri