ଓଲଟିଲା ଚିପ୍ସ ବୋଝେଇ ହାଇୱା

ନାକଟିଦେଉଳ,୨୮ା୮(ବୈକୁଣ୍ଠ ନାଥ ସାହୁ): ନାକଟିଦେଉଳ ବ୍ଲକ ରାଞ୍ଚି-ବିଜୟୱାଡ଼ା ଜାତୀୟ ରାଜପଥର ଚମ୍ପାଳି ପୋଲ ନିକଟ ହାତୀମରାଠାରେ ରାସ୍ତା ମଝିରେ ଏକ ଚିପ୍ସ ବୋଝେଇ ହାଇୱା (ଓଡି୧୫ଡବ୍ଲ୍ୟୁ-୭୫୨୩) ଓଲଟି ପଡ଼ିଛି। ହାଇଓ୍ବା ରେଢ଼ାଖୋଲରୁ ନାକଟିଦେଉଳ ଆସୁଥିବା ବେଳେ ହାତୀମରା ବୁଲାଣି ରାସ୍ତାରେ ଆଗଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାରେ ଗାଡି ଚାଳକ ରେଢ଼ାଖୋଲ ଥାନା ବାସୁପାଲି ଗ୍ରାମର ବିଜୟ ମୁଣ୍ଡା ଆହତ ହୋଇଛନ୍ତି। ଖବର ପାଇ ନାକଟିଦେଉଳ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।