Posted inରାଜ୍ୟ

୩୬ ଘଣ୍ଟା ପରେ ଲିଭିଲା

ପୁରୀ ଅଫିସ, ୧୧ା୩: ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ମିଳିତ ଭାବେ ଦୀର୍ଘ ୩୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ମରୀଚିକୋଟ ଛକ ନିକଟସ୍ଥ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଲିଭିଛି। ବୁଧବାର ରାତି ପ୍ରାୟ ୮ଟାରୁ ଏହି କମ୍ପ୍ଲେକ୍ସରେ ନିଆଁ ଲାଗିଥିବାବେଳେ ଶୁକ୍ରବାର ସକାଳ ପ୍ରାୟ ୧୦ଟାରେ ତାହାକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇପାରିଛି। ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇ ନ ଥିଲେ ମଧ୍ୟ ସମସ୍ତ ୪୩ ବ୍ୟବସାୟ ପ୍ରତିଷ୍ଠାନ ଜଳିଯାଇଛି। ଫଳରେ ସମ୍ପୃକ୍ତ ବ୍ୟବସାୟୀମାନଙ୍କର ବିପୁଳ ପରିମାଣର କ୍ଷତି ଘଟିଛି। ସେମାନେ ଏକପ୍ରକାର ବେସାହାରା ହୋଇପଡ଼ିଛନ୍ତି। ସେହିପରି ଏଠାକାର ସମ୍ରାଟ ହୋଟେଲରେ ରହୁଥିବା ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡ ସମ୍ପର୍କରେ ପ୍ରଶାସନ ପକ୍ଷରୁ ତଦନ୍ତ ଓ କ୍ଷୟକ୍ଷତି ଆକଳନ କରାଯିବା ପାଇଁ ଏକ କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ନିଆଁ ଲିଭାଇବା କାର୍ଯ୍ୟରେ ସାମିଲ ଥିବା କର୍ମଚାରୀମାନଙ୍କୁ ସାବାସି ଦେବା ସହ ସାଧୁବାଦ ଜଣାଇଛନ୍ତି। ସେହିପରି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି। ସମ୍ପୃକ୍ତ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ପରିସରସ୍ଥ ତଳ ମହଲାରେ ଥିବା ଅମ୍ବିକା ଲୁଗା ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା। ସଙ୍ଗେସଙ୍ଗେ ତାହା ପ୍ରଥମ ଓ ଦ୍ୱିତୀୟ ମହଲାକୁ ବ୍ୟାପିଯାଇଥିଲା। ଖବର ପାଇ ପୋଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଟିମ୍‌ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟା ବେଳକୁ ନିଅଁାକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇପାରିଥିଲା। ତେବେ କ୍ଷତିଗ୍ରସ୍ତ ବ୍ୟବସାୟୀମାନେ କିପରି ପରିବାର ପ୍ରତିପୋଷଣ କରିବେ, ଧାରକରଜ ଶୁଝିବେ ଓ ପୁଣି ବେଉସା ସଜାଡ଼ିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ଏହି ଚିନ୍ତାରେ ପୂର୍ଣ୍ଣିମା ମହାନ୍ତିଙ୍କ ସମେତ କେତେଜଣ ବ୍ୟବସାୟୀ ସଂଜ୍ଞାହୀନ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଉକ୍ତ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି। କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ଥଇଥାନ ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ନିବେଦନ କରିଛନ୍ତି। ଘଟଣାର ତଦନ୍ତ ସହ କ୍ଷୟକ୍ଷତି ଆକଳନ ପାଇଁ ପୁରୀ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ସଦର ତହସିଲଦାର, ଟାଉନ ଥାନା ଆଇଆଇସି ଏବଂ ଅଗ୍ନିଶମ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିବା ସୂଚନା ମିଳିଛି। ଏ ନେଇ ସଦର ତହସିଲଦାର କ୍ଷୀରୋଦ କୁମାର ବେହେରା କହିଛନ୍ତି, ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇଛି। ତେବେ ତାପମାତ୍ରା ଅଧିକ ଥିବାରୁ ଏବଂ ଅଣନିଃଶ୍ୱାସୀ ଭଳି ପରିସ୍ଥିତି ଥିବାରୁ କମ୍ପ୍ଲେକ୍ସ ପରିସରକୁ କାହାରିକୁ ଛଡ଼ାଯାଉନାହିଁ। ପ୍ରଶାସନ ନିଜ ଅଧୀନକୁ କମ୍ପ୍ଲେସକୁ ନେଇଛି। ଶନିବାର ସ୍ଥିତି ସ୍ବାଭାବିକ ହେଲେ ଦୋକାନୀମାନଙ୍କୁ ଭିତରକୁ ଛଡ଼ାଯିବ ଓ ସେମାନେ ସେମାନଙ୍କ ଜିିନିଷ କାଢିବେ। ତେବେ ପ୍ରଶାସନ ପକ୍ଷରୁ ଇଂଜିନିୟରିଂ ଟିମ୍‌କୁ ଅନୁଧ୍ୟାନ ପାଇଁ କୁହାଯାଇଛି। ଟିମ୍‌ ଆସି ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଯାହାକିଛି ନିଷ୍ପତ୍ତି ନିଆଯିବ। ପ୍ରାଥମିକ ପର୍ଯ୍ୟାୟରେ କ୍ଷୟକ୍ଷତି ଆକଳନ କରାଯିବ। ଏ ନେଇ ରିପୋର୍ଟ ପ୍ରସ୍ତୁତ ହେବ। ସରକାରୀ ବ୍ୟବସ୍ଥା ଅନୁଯାୟୀ ସାହାଯ୍ୟ ଯୋଗାଇ ଦିଆଯିବ। ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିଲା କି ନାହିଁ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ତଦନ୍ତ କରାଯିବ। ଯଦି ନିୟମ ଉଲ୍ଲଂଘନ ହୋଇଥିବ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସହରରେ ଥିବା ବିଭିନ୍ନ ଶପିଂ କମ୍ପ୍ଲେକ୍ସର ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ତଦନ୍ତ କରାଯିବ ବୋଲି ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri