ଅଭାବୀ ବିକ୍ରିର ଶିକାର ହେଉଛନ୍ତି ହଳଦୀଚାଷୀ

ଦାରିଙ୍ଗବାଡି,୨୫ା୩ (ଅରୁଣ ସାହୁ)କନ୍ଧମାଳ ହଳଦୀର ଅଭାବି ବିକ୍ରୀ ଏବେ ଚାଷୀଙ୍କୁ ସଂକଟରେ ପକାଇଛି। ଗୋଟିଏ ପଟେ ସାହୁକାର ଋଣ, ଅନ୍ୟପଟେ ଅମଳରେ ହ୍ରାସ ପାଇ ଚାଷୀ ଏବେ ଚିନ୍ତାରେ। ଚଳିତ ଥର ହଳଦୀ ଅମଳରେ ବହୁ ବିଳମ୍ବ ଦେଖାଯାଇଥିବା ବେଳେ ବର୍ଷା ପଡିବାରୁ ହଳଦୀ ଖୋଳି ଅମଳ କରାଯାଉଛି। ଦୀର୍ଘ ୧୫ ବର୍ଷ ପରେ ହଳଦୀ ଦର କିଲୋ ପିଛା ୧ ଶହ ଛୁଇଁଥିବା ବେଳେ ବର୍ଷା ପରେ ଅମଳ ଜୋରଦାର ହେବାରୁ ପୁଣି ସାହୁକାରମାନେ ହଳଦୀ ଦର ହ୍ରାସ କରି କିଣୁଥିବା ନେଇ ଚାଷି ଅଭିଯୋଗ କରୁଛନ୍ତି। ସରକାର ହଳଦୀରେ କୌଣସି ସର୍ବନିମ୍ମ ଦର ଧାର୍ଯ୍ୟ କରୁନଥିବାରୁ ଚାଷୀଙ୍କ ମଧ୍ୟରେ ନିରାଶଭାବ ଦେଖାଯାଇଛି। ଯିଏ ଯେଉଁ ଦର ନିଷ୍ପତ୍ତି କରି ସାହୁକାର ଓ ଦଲାଲମାନେ ହଳଦୀ କିଣୁଛନ୍ତି। ଫଳରେ ଚାଷୀ ମୁଣ୍ଡରେ ଥିବା ଋଣ ଭାର କିଭଳି ମୁକ୍ତହେବ ସେ ନେଇ ଚିନ୍ତରେ ପଡ଼ିଛି। ଗୋଟିଏ ପଟେ ହଳଦୀ ଚାଷ ପାଇଁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ବ୍ୟବସ୍ଥା ରହିଥିବା ବେଳେ ହଳଦୀ ଚାଷ କେବଳ ବ୍ୟକ୍ତିଗତ ଚାଷ କରାଯାଉଛି। ଫଳରେ ଏକାକୀ ଚାଷୀଙ୍କୁ ସରକାରଙ୍କ କୌଣସି ସହାୟତା ନ ଥିବାରୁ ହଳଦୀ ଚାଷରୁ ଚାଷୀ ମୁହଁ ଫେରାଇବା ଆରମ୍ଭ କଲେଣି। କନ୍ଧମାଳ ହଳଦି ପାରମ୍ପରିକ ଓ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ବେଳେ ଏଥିରୁ କୁରକୁମିନ ନାମକ ଏକ ଦ୍ରବ୍ୟ ବାହାରୁଛି, ଯାହାକି କ୍ୟାନ୍ସର ପ୍ରତିରୋଧକ ସହ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଭରପୁର ରହିଛି। ଫଳରେ କନ୍ଧମାଳ ହଳଦୀର ଚାହିଦା କେବଳ ରାଜ୍ୟ ନୁହେଁ ସାରା ପୃଥିବୀରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହାକୁ ପ୍ରୋତ୍ସାହନ ଦିଆଗଲେ ଓ ସର୍ବନିମ୍ମ ଦର କିଲୋ ପିଛା ୧୫୦ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଗଲେ ଚାଷୀ ଏହି ଚାଷରୁ ମୁହଁ ଫେରାଇନିଅନ୍ତା ନାହିଁ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ପରେ ଗତ ବର୍ଷ ଜୁଲାଇ ଦର ୪୦ ଟଙ୍କାରୁ ୧୦୦ ଟଙ୍କା କିଲୋ ପହଞ୍ଚିଥିଲା। ଚଳିତ ବର୍ଷ କିଲୋ ପିଛା ୧ ଶହରୁ ଉର୍ଦ୍ଧ୍ୱ ଦର ରହିଛି, ଯାହାକି ସର୍ବନିମ୍ନ କିଲୋ ପିଛା ୧୫୦ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri