ଫିନଲ୍ୟାଣ୍ଡ ନାଟୋରେ ସାମିଲ ହେବା ରାସ୍ତା ଫିଟିଲା

ହେଲସିଙ୍କି,୧୭।୩: ତୁର୍କୀ ରାଷ୍ଟ୍ରପତି ତାଇପ ଏରଦୋଗାନ ଫିନଲ୍ୟାଣ୍ଡର ନାଟୋ ସଦସ୍ୟତା ଆବେଦନକୁ ମଞ୍ଜୁରୀ ଦେବା ଲାଗି ନିଜର ସହମତି ପ୍ରଦାନ କରିଛନ୍ତି। ଏଥିସହ ନାଟୋ ସଦସ୍ୟତା ଆବେଦନ ପ୍ରକ୍ରିୟା ଆରମ୍ଭ କରିବା ନିଷ୍ପତ୍ତିକୁ ଫିନଲ୍ୟାଣ୍ଡ ରାଷ୍ଟ୍ରପତି ସାଉଲି ନିନିଷ୍ଟୋ ସ୍ବାଗତ ମଧ୍ୟ କରିଛନ୍ତି। ଫଳରେ ଫିନଲ୍ୟାଣ୍ଡ ଲାଗି ନାଟୋରେ ସାମିଲ ହେବା ରାସ୍ତା ଫିଟିଛି।

ତୁର୍କୀ ରାଷ୍ଟ୍ରପତି ଏରୋଦଗାନଙ୍କ ସହ ମିଳିତ ଖବରଦାତା ସମ୍ମିଳନୀରେ ନିନିଷ୍ଟୋ କହିଛନ୍ତି, ଆମେ ଏହା ପୂର୍ବରୁ ବୁଝି ସାରିଥିଲୁ ଯେ ଆପଣ ନିଜର ନିଷ୍ପତ୍ତି ନେଇ ସାରିଛନ୍ତି। ଆଜି ଏହା ଉପରେ ଦସ୍ତଖତ ନିଶ୍ଚିତ କରିଛି ଯେ ତୁର୍କୀ ସଂସଦ ଏହାକୁ ଶୀଘ୍ର ଅନୁମୋଦନ କରିପାରିବ। ଏହା ନିଶ୍ଚିତ ଭାବେ ସମଗ୍ର ଫିନ୍‌ଲ୍ୟାଣ୍ଡ ଲାଗି ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି।

Share