ପୁଣି ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ତୀବ୍ରତା ୫.୭

ଆଙ୍କାରା,୨୭।୨: ପଶ୍ଚିମ ଏସୀୟ ଦେଶ ତୁର୍କୀରେ ପୁଣି ଥରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ସୋମବାର ସାରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରେକର୍ଡ କରାଯାଇଛି। ଏହି ଭୂକମ୍ପ ଯୋଗୁ ଅନେକ ବଡ ବଡ କୋଠା ଭୁଶୁଡି ପଡିଛି। ଲୋକେ ଭୂକମ୍ପ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ। ତେବେ ଏ ପର୍ଯ୍ୟନ୍ତ ମୃତାହତ ଖବର ଆସିନାହିଁ। ମାଲତ୍ୟା ପ୍ରଦେଶର ୟିଶିଲଟ ସହରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ତୁର୍କୀର ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ସୂଚନା ଦେଇଛି। ଫେବୃୟାରୀ ୬ରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପରେ ୫୦ ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି।

Share