ଇରାକ-ସିରିଆ ଉପରେ ଆକ୍ରମଣ କରିପାରେ ତୁର୍କି, ରାଷ୍ଟ୍ରପତି ଦେଲେ ସୂଚନା

ଅଙ୍କାରା,୨୨ ।୧୧: ତୁର୍କିର ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନ ସୋମବାର ସୂଚନା ଦେଇଛନ୍ତି କି ସେ ବିମାନ ଆକ୍ରମଣ ପରେ ବି ଅଧିକ ପଦକ୍ଷେପ ନେଇପାରନ୍ତି । ସମାଚାର ଏଜେନ୍ସି ଆନାଦୋଲ ଅନୁଯାୟୀ, ଉତ୍ତର ଇରାକ ଓ ଉତ୍ତର ସିରିଆରେ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ରାଷ୍ଟ୍ରପତି ଏର୍ଦୋଗନ ଗ୍ରାଉଣ୍ଡ ମିଲିଟାରୀ ଅପରେଶନ ଆରମ୍ଭ କରିପାରନ୍ତି ।
କତରରୁ ତୁର୍କି ଫେରିବା ପରେ ଖବରଦାତାଙ୍କ ସହ କଥା ହୋଇ ରାଷ୍ଟ୍ରପତି ଏର୍ଦୋଗନ କହିଛନ୍ତି ସେ କେବଳ ଏକ ବିମାନ ଆକ୍ରମଣରେ ସୀମିତ ନାହାନ୍ତି । ଯାହା ସେ ପୂର୍ବରୁ କହିଥିଲେ ଯେ, ଯଦି କେହି ଆମ ଦେଶ ଓ ମାଟିର ଶାନ୍ତିି ଭଙ୍ଗ କରୁଛି, ତେବେ ତାଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ । ଏହା ଏଇଥିପାଇଁ କାରଣ ଆମର ଦକ୍ଷିଣ ଭାଗରେ ଆତଙ୍କବାଦୀ ସଙ୍ଗଠନ ରହିଛି, ଯେଉଁମାନେ ଅନେକ ଆକ୍ରମଣର ଯୋଜନା କରୁଛନ୍ତି ଅଥବା ଏଭଳି ଆକ୍ରମଣକୁ ସଫଳ କରୁଛନ୍ତି ଓ ବିପଦ ସୃଷ୍ଟି କରୁଛନ୍ତି ।
ଆନାଦୋଲ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ତୁର୍କିର ରାଷ୍ଟ୍ରପତିଙ୍କ ଏହି ଟିପ୍ପଣି ଇରାକ ଓ ସିରିଆ ସୀମାରେ ଅବୈଧ ଭାବେ ରହୁଥିବା ତୁର୍କିସ୍ତାନ ୱାର୍କର୍ସ ପାର୍ଟି(ପିକେକ)/ୱାଇପିପି ବିରୋଧରେ ଅପରେଶନ କ୍ଲା-ସ୍ୱାର୍ଡ, ଏକ କ୍ରସ-ବର୍ଡର ବିମାନ ଅଭିଯାନ ଆରମ୍ଭ କରିବା ପରେ ଆସିଛି । ତୁର୍କିର ବିମାନ ଆକ୍ରମଣ ଗତ ରବିବାର ହୋଇଥିଲା, ଆତଙ୍କବାଦୀ ଆକ୍ରମଣ ପରେ ଏହା ହୋଇଥିଲା ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହେବା ସହ ୧୮ ଆହତ ହୋଇଥିଲେ । ଏହା ଇସ୍ତାନବୁଲର ଭିଡ ସ୍ଥାନ ଇସ୍ତିକଲାଲ ଏଭେନ୍ୟୁକୁ ଦୋହଲାଇ ଦେଇଥିଲା ।

Share