କରୋନା ଭାଇରସ: ତୁର୍କିରେ ସର୍ବାଧିକ ସଂକ୍ରମଣ

ଅଙ୍କାରା,୧୨ ।୧୦: କରୋନା ମହାମାରୀ ସାରା ବିଶ୍ୱରେ ପ୍ରଭାବ ବିସ୍ତାର କରିଥିବା ବେଳେ କେଉଁ କେଉଁ ଦେଶରେ ଏହାର ତୃତୀୟ ଲହର ବି ଦେଖାଦେଇ ସାରିଲାଣି । ତେବେ କରୋନା ସଂକ୍ରମଣରେ ତୁର୍କି ସବୁଠାରୁ ଆଗରେ ରହିଛି । ଏଠାରେ ଦୈନିକ ସଂକ୍ରମଣ ଗତ ଏପ୍ରିଲରୁ ସର୍ବାଧିବା ଥିବା କହିଛି ତୁର୍କିର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏଠାରେ ପ୍ରତିଦିନ ୩୦ ହଜାର ଉପରକୁ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ସୋମବାର ଏଠାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୩୦,୫୬୩ ଥିବା କହିଥିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଗତ ଏପ୍ରିଲରେ ଏଠାରେ ଦୈନିକ ସଂକ୍ରମଣ ସର୍ବାଧିକ ୬୩,୦୮୨ ଥିବା କୁହାଯାଇଛି । ସୋମବାର ସେଠାରେ ୧୮୮ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କହିଛି । ସୂଚନାଯୋଗ୍ୟ, ଜାନୁୟାରୀରୁ ସେଠାରେ ଟିକାକରଣ ଆରମ୍ଭ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ସେମିତି ଆଖି ଦୃଶିଆ ଭାବେ କମ୍ ହେଉନାହିଁ । ଏଠାରେ ଚାଇନାର ଟିକା କରୋନାଭାକ ଦିଆଯାଉଥିବା ବେଳେ ଏବେ ଫାଇଜର ଓ ସ୍ପୁଟନିକ ଭି ଟିକା ଦିଆଯାଉଛି ।

Share