ତୁର୍କି ଜଙ୍ଗଲରେ ନିଆଁ: ୩ ମୃତ ୫୮ ଆହତ

ଅଙ୍କାରା,୩୧ ।୭: ଦକ୍ଷିଣ ତୁର୍କିର ଜଙ୍ଗଲରେ ନିଆଁ ଲାଗିବା ଫଳରେ ୩ ଜଣଙ୍କ ମଅତ୍ୟୁ ହେବା ସହ ଅତିକମରେ ୫୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାକାର କୃଷି ଓ ଜଙ୍ଗଲ ମନ୍ତ୍ରୀ ବେକିର ପେକଡେମିରଲି କହିଛନ୍ତି ବୁଧବାର ଅନ୍ତଲୟା ଅଞ୍ଚଳର ଭୂମଧ୍ୟ ସାଗରୀୟ ଉପକୂଳ ସହର ମାନୱଗାତ ନିକଟ ଏକ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା । ବହୁ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯଇଥିଲା । ଗୁରୁବାର ପୁଣିଥରେ ଆଉ ଏକ ସ୍ଥାନରେ ନିଆଁ ଲାଗି ଯାଇଥିଲା । ଏହି ନିଆଁ ଅକସୋକି ଜିଲାକୁ ତା’ କବଳକୁ ନେଇ ଯାଇଥିଲା । ଏହି ୨ଟି ଘଟଣାରେ ଅତିକମରେ ୫୮ ଜଣ ଲୋକ ଆହତ ହାଇଥିବା କୁହାଯାଉଛି । ନିଆଁ ଲାଗିବା କାରଣରୁ ୨୦ଟି ଗାଁକୁ ଖାଲି କରାଯାଇଛି । ସେହିପରି ଅକେସେକି ନିକଟରେ ଏକ ରେସ୍ତୋରାଁରେ ଫସି ରହିଥିବା ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ତାଲୟା ଏକ ପର୍ଯ୍ୟଟନ ସ୍ଥଳ ହୋଇଥିବା ବେଳେ ଏଠାରେ ଥିବା ରେସ୍ତୋରାଁ କିନ୍ତୁ ନିଆଁରେ ଏତେ କ୍ଷତିଗ୍ରସ୍ତ ହୋଇ ନ ଥିବା କୁହାଯାଉଛି ।

Share