ତୁର୍କୀ ଭୂକମ୍ପ: ୧୨୨ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ୩ ମହିଳା, ୧୦ ଦିନର ନବଜାତ ବି ଉଦ୍ଧାର

ଅଙ୍କାରା,୧୨ ।୨: ତୁର୍କୀ ଓ ସିରିଆରେ ଆସିଥିବା ଚଳିତ ଦଶନ୍ଧିର ସବୁଠାରୁ ବିନାଶକାରୀ ଭୂକମ୍ପରେ ଏବେ ସୁଦ୍ଧା ୨୫,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ହେଲେ ଏହାରି ଭିତରେ ୧୨୨ ଘଣ୍ଟା ପରେ ୩ ଜଣ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରିବା କୌଣସି ଚମତ୍କାରଠାରୁ କମ ନୁହେଁ ବୋଲି କୁହାଯାଉଛି । ଏମାନେ ହେଉଛନ୍ତି ୭୦ ବର୍ଷୀୟା ମେନେକସେ ତବକ, ୫୫ ବର୍ଷୀୟା ମସଲଲ୍ଲାହ ସିସେକ ଓ ତୃତୀୟ ଜଣକ ୪୦ ବର୍ଷୀୟା ଜେନେପ କହରାମନ । ତେବେ ଜେନେପଙ୍କୁ ସର୍ବ ପ୍ରଥମେ ୧୦୪ ଘଣ୍ଟା ପରେ କୋଠାର ଭଗ୍ନାବଶେଷ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଏମାନଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା କରାଯାଇଛି । ଜେନେପଙ୍କୁ ଉଦ୍ଧାର କରିବା ପରେ ତାଙ୍କ ସାନ ଭଉଣୀ ଆତ୍ମହରା ହୋଇ ଉଦ୍ଧାରକାରୀ ଦଳର ସଦସ୍ୟ ଷ୍ଟିଭନ ବାୟରଙ୍କୁ ଆଲିଙ୍ଗନ କରିଥିଲେ ଆଉ କହିଥିଲେ ମୁଁ ଚମତ୍କାରରେ ବିଶ୍ୱାସ କରୁଛି । ପ୍ରକୃତରେ ଏତେ ଘଣ୍ଟାପରେ ଜୀବନ୍ତ ଉଦ୍ଧାର ହେବା ଏକ ଚମତ୍କାର । ଏବେ ଭାରତୀୟ ଉଦ୍ଧାରକାରୀ ଦଳଙ୍କୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି ।
ତୁର୍କୀ ଓ ସିରିଆରେ ଆସିଥିବା ଭୂକମ୍ପର କିଛି ଛାତିଥରା ଦୃଶ୍ୟ ଭିତରେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସୁଛି ଯାହା ଆଖିରେ ଆନନ୍ଦାଶ୍ରୁ ଭରି ଦେଉଛି । ଟନ ଟନ ଭଙ୍ଗା ଘର ତଳୁ ଏବେ ଜଣେ ୧୦ ଦିନର ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି । ହାତେର ଦକ୍ଷିଣ ଅଞ୍ଚଳରେ ୧୦ ଦିନର ଏହି ନବଜାତ ଓ ତାଙ୍କ ମାଆଙ୍କୁ ଭୂକମ୍ପର ୯୦ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର କରାଯାଇଥିଲା । ଏବେ ଜୀବନ୍ତଙ୍କ ସଂଖ୍ୟା କମ ହେବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri