Categories: ଜାତୀୟ

ସାମ୍ବାରେ ସୁଡ଼ଙ୍ଗ ଠାବ

ଶ୍ରୀନଗର,୫।୫: ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳ ସାମ୍ବାର ଚକ୍‌ ଫକିରା ବର୍ଡର ପୋଷ୍ଟରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପକ୍ଷରୁ ବୁଧବାର ସନ୍ଧ୍ୟାରେ ଏକ ସୁଡ଼ଙ୍ଗ ଠାବ କରାଯାଇଛି। ସୀମାରେ କଡ଼ା ସୁରକ୍ଷାକୁ ଦେଖି ଆତଙ୍କବାଦୀମାନେ କଶ୍ମୀରକୁ ଅନୁପ୍ରବେଶ ପାଇଁ ଏହି ସୁଡ଼ଙ୍ଗ କରିଥିବା ସନ୍ଦେହ କରାଯାଉଛି।

ଅନ୍ତର୍ଜାତୀୟ ସୀମାଠାରୁ ଏହା ୧୫୦ ମିଟର ଦୂରରେ ଅବସ୍ଥିତ। ଅନ୍ଧାର ଯୋଗୁ ସର୍ଚ୍ଚ ଅପରେଶନ୍‌ ରୋକି ଦିଆଯାଇଥିବାବେଳେ ଗୁରୁବାର ସକାଳେ ପୁଣିଥରେ ତଲାସି ଅଭିଯାନ ଆରମ୍ଭ ହେବ ବୋଲି ଜମ୍ମୁ ବିଏସ୍‌ଏଫ୍‌ ଡେପୁଟି ଇନ୍‌ସ୍ପେକ୍ଟର ଜେନେରାଲ ଏସ.ପି.ଏସ୍‌. ସାଣ୍ଢୁ କହିଛନ୍ତି। ଆଖପାଖ ଅଞ୍ଚଳରେ ଆତଙ୍କବାଦୀ ଆଉ କିଛି ସୁଡ଼ଙ୍ଗ ତିଆରି ହୋଇଥିବା ଆଶଙ୍କା କରି ବିଏସ୍‌ଏଫର ଏକ ସ୍ବତନ୍ତ୍ର ଟିମ୍‌ ସର୍ଚ୍ଚ ଅପରେଶନ ଆରମ୍ଭ କରିଛି।

Share