ଦିଲ୍ଲୀ ବିଧାନସଭା ତଳୁ ମିଳିଲା ସୁଡ଼ଙ୍ଗ, ଲାଲ୍‌କିଲ୍ଲା ପର୍ଯ୍ୟନ୍ତ ଅଛି ଗୁପ୍ତ ରାସ୍ତା

ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ବିଧାନସଭାରେ ଗୁରୁବାର ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ଦିଲ୍ଲୀ ବିଧାନସଭା ଅଧ୍ୟକ୍ଷ ତଥା ବାଚସ୍ପତି ରାମ ନିବାସ ଗୋଏଲ କହିଛନ୍ତି, ଏହି ସୁଡ଼ଙ୍ଗ ବିଧାନସଭା ତଳୁ ଲାଲ୍‌କିଲ୍ଲା ପର୍ଯ୍ୟନ୍ତ ଯାଇଛି। ବ୍ରିଟିଶମାନେ ସ୍ବାଧୀନତା ସଂଗ୍ରାମୀଙ୍କ ଆନ୍ଦୋଳନ ସମୟରେ ଲୋକଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ଏହାକୁ ବ୍ୟବହାର କରୁଥିଲେ ବୋଲି କୁହାଯାଉଛି।

ବାଚସ୍ପତି କହିଛନ୍ତି, ଯେତେବେଳେ ମୁଁ ୧୯୯୩ରେ ବିଧାୟକ ହୋଇଥିଲି, ସେତେବେଳେ ଲାଲ୍‌କିଲ୍ଲାକୁ ଯାଇଥିବା ଏକ ସୁଡ଼ଙ୍ଗ ଗୁଜବ ଉଠିଥିଲା। ମୁଁ ଏହାର ଇତିହାସ ଜାଣିବାକୁ ଚାହିଁଥିଲି। ମାତ୍ର ଏହା ଉପରେ କୌଣସି ସ୍ପଷ୍ଟତା ମିଳି ନ ଥିଲା। କିନ୍ତୁ ଏବେ ଆମକୁ ସୁଡ଼ଙ୍ଗର ଦ୍ୱାର ମିଳିଯାଇଛି। କିନ୍ତୁ ମେଟ୍ରୋ ପ୍ରକଳ୍ପ ଏବଂ ସ୍ବେରେଜ ଯୋଗୁ ସମସ୍ତ ସୁଡ଼ଙ୍ଗ ରାସ୍ତା ନଷ୍ଟ ହୋଇଯାଇଥିବାରୁ ଏହାକୁ ଖୋଳି ନ ଥିଲୁ। ଯେତେବେଳେ ରାଜଧାନୀ କୋଲକାତାଠାରୁ ଦିଲ୍ଲୀକୁ ସ୍ଥାନାନ୍ତର ହେଲା ସେତେବେଳେ ୧୯୧୨ ମସିହାରେ ଦିଲ୍ଲୀ ବିଧାନସଭା ଗୃହ ନିର୍ମାଣ କରୁଥିବା ଏହି କୋଠା କେନ୍ଦ୍ରୀୟ ବିଧାନସଭା ଭାବରେ ବ୍ୟବହୃତ ହୋଇଥିଲା। ପରେ ଏହାକୁ ୧୯୨୬ ମସିହାରେ ଏକ କୋର୍ଟର ରୂପାନ୍ତରିତ କରାଯାଇଥିଲା। ଏହି ସୁଡ଼ଙ୍ଗରେ ବ୍ରିଟିଶମାନେ ସ୍ବାଧୀନତା ସଂଗ୍ରାମୀଙ୍କୁ କୋର୍ଟକୁ ଆଣିବା ପାଇଁ ବ୍ୟବହାର କରୁଥିଲେ। ବାଚସ୍ପତି ଆହୁରି କହିଛନ୍ତି,  ଏହାର ଅସ୍ତିତ୍ୱ ବିଷୟରେ ମୁଁ ଜାଣିଥିଲି କିନ୍ତୁ କେବେ ଏହାକୁ ଖୋଲି ନ ଥିଲି। ସ୍ବାଧୀନତାର ୭୫ ବର୍ଷ ପରେ ଏହି କୋଠରିକୁ ଯାଞ୍ଚ କରିବାକୁ ଯାଇଥିଲି। ସେ କହିଛନ୍ତି, ସ୍ବାଧୀନତା ସଂଗ୍ରାମୀ ଦୃଷ୍ଟିରୁ ବହୁତ ସମୃଦ୍ଧ ଇତିହାସ ରହିଛି। ଏହାକୁ ଏବେ ଆମେ ନବୀକରଣ କରିବାକୁ ଇଚ୍ଛା ପ୍ରକାଶ କରିଛୁ। ଯେପରି ପର୍ଯ୍ୟଟକ ଏବଂ ଆଗନ୍ତୁକମାନେ ଆମର ଇତିହାସର ପ୍ରତିଫଳନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri