Posted inUncategorized

ଟ୍ୟୁନିସିଆ ବାର୍ତ୍ତାବହ

ଉତ୍ତର ଆଫ୍ରିକୀୟ ଦେଶ ଟ୍ୟୁନିସିଆ ୨୦୧୧ରେ ଦେଖିଥିଲା ଜସ୍ମିନ୍‌ ରିଭୋଲ୍ୟୁଶନ ବା ମଲ୍ଲୀଫୁଲ ବିପ୍ଳବ। ତତ୍‌କାଳୀନ ରାଷ୍ଟ୍ରପତି ଜିନେ ଅଲ୍‌-ଆବିଦିନ୍‌ ବେନ୍‌ ଅଲ୍ଲୀଙ୍କ ଶାସନରେ ଲୋକଙ୍କ ଉପରେ ଅତ୍ୟାଚାର ବଢ଼ିବା ସହ ଦୁର୍ନୀତି ଶେଷ ସୀମାରେ ପହଞ୍ଚତ୍ୟାଇଥିଲା। ଫଳରେ ଦାରିଦ୍ର୍ୟ ସମଗ୍ର ଦେଶକୁ ଗ୍ରାସ କରିଦେଇଥିଲା। ନାଗରିକମାନେ ଅଲ୍ଲୀଙ୍କ ଶାସନରେ ଅତିଷ୍ଠ ହୋଇ ଯେଉଁ ପ୍ରତିବାଦର ସ୍ବର ଉଠାଇଲେ ତାହା ଦ୍ୱାରା ସମଗ୍ର ଆରବ ବିଶ୍ୱ ପ୍ରକମ୍ପିତ ହୋଇଯାଇଥିଲା। ଅଲ୍ଲୀ ଗାଦିଚ୍ୟୁତ ହେଲେ। ଗଣମାଧ୍ୟମରେ ଏହି ବିପ୍ଳବକୁ ଜସ୍ମିନ୍‌ ରିଭୋଲ୍ୟୁଶନ ଆଖ୍ୟା ଦିଆଯିବା ପରେ ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକୀୟ ଏକଚ୍ଛତ୍ରବାଦୀ ଶାସକଙ୍କୁ ହଟାଇବା ପାଇଁ ବିଦ୍ରୋହ ଦେଖାଦେଲା। ତେବେ ଟ୍ୟୁନିସିଆର ସେହି ବିପ୍ଳବର ଦଶ ବର୍ଷ ପରେ ପ୍ରଧାନମନ୍ତ୍ରୀ ଥିବା ହିକେମ୍‌ ମେଚିଚି ଦୁର୍ନୀତିରେ ବୁଡ଼ିରହିବାରୁ ତାଙ୍କୁ ନିକଟରେ ରାଷ୍ଟ୍ରପତି କୈସ୍‌ ସଏଦ୍‌ ବହିଷ୍କାର କରିଛନ୍ତି। ଏଥିସହିତ ନୂଆ ପ୍ରଧାନମନ୍ତ୍ରୀ ଭାବେ ନାଜ୍‌ଲା ବଉଦେନ୍‌ ରୋମ୍‌ଦାନେଙ୍କୁ ନିଯୁକ୍ତ କରାଗଲା ବୋଲି ରାଷ୍ଟ୍ରପତି ଘୋଷଣା କରିବା ପରେ ଟ୍ୟୁନିସିଆରେ ନାଗରିକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଦେଶର ତଥା ଆରବ ବିଶ୍ୱର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାରେ ନାଜ୍‌ଲା ଗୌରବ ଅର୍ଜନ କରିଥିବାରୁ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛା ମିଳିବାରେ ଲାଗିଛି।
ନାଜ୍‌ଲା ୨୯ ଜୁନ୍‌ ୧୯୫୮ରେ ଦାର୍‌ ଛାବାନେ ଏଲ୍‌-ଫେହରିଠାରେ ଜନ୍ମଗ୍ରହଣ କରିଥିଲେ ହେଁ କାଇରୌଆନ୍‌ଠାରେ ବଢ଼ିଥିଲେ। ପିଲାଟି ବେଳୁ ସେ ମେଧାବୀ ଥିଲେ। ଟ୍ୟୁନିସ୍‌ସ୍ଥିତ ନ୍ୟାଶନାଲ ଇଞ୍ଜିନିୟରିଂ ସ୍କୁଲର ଜିଓଲୋଜି ପ୍ରଫେସର ଭାବେ କାର୍ଯ୍ୟ କରିଥିବା ନାଜ୍‌ଲା ରାଜନୀତିରେ ପ୍ରବେଶ କରିବା ପରେ ନାରୀବାଦୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଥିଲେ। ମହିଳାମାନଙ୍କ ଉନ୍ନତି ଦିଗରେ ସେ ନେଇଥିବା ପଦକ୍ଷେପ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଉଚ୍ଚଶିକ୍ଷିତା ହୋଇଥିବାରୁ ନାଜ୍‌ଲାଙ୍କୁ ଟ୍ୟୁନିସିଆର ଉଚ୍ଚଶିକ୍ଷା ଓ ବୈଜ୍ଞାନିକ ଗବେଷଣା ମନ୍ତ୍ରଣାଳୟ ମିଳିଥିଲା। ତାଙ୍କ ମନ୍ତ୍ରିତ୍ୱ ସମୟରେ ସେ ଦେଶର ଶିକ୍ଷାକୁ ଉଚ୍ଚ ସ୍ତରରେ ନେଇ ପହଞ୍ଚାଇ ଦେଇଥିଲେ। ବିଦାୟୀ ପ୍ରଧାନମନ୍ତ୍ରୀଙ୍କ ଦୁର୍ନୀତି ଯୋଗୁ ଋଣଭାର ବୃଦ୍ଧି, ମୁଦ୍ରାସ୍ଫୀତି, ବେକାରି ସମସ୍ୟା ବଢ଼ିବା ଆଦି ଅନେକ ବିପଦ ଦେଶକୁ ଘନେଇ ଆସିଛି। ଟ୍ୟୁନିସିଆକୁ ଏଭଳି ସଙ୍କଟରୁ ରକ୍ଷା କରିବା ପାଇଁ ନାଜ୍‌ଲାଙ୍କ ନିଯୁକ୍ତି ସକାରାତ୍ମକ ସଙ୍କେତ ଦେଇଛି ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ତେବେ ତାଙ୍କ ପାଇଁ ଉପରଲିଖିତ ସମସ୍ୟାର ସମାଧାନ ସୂତ୍ର ବାହାର କରିବା ସହ ପୁରୁଷଙ୍କ ଭଳି ନାରୀମାନଙ୍କୁ ସମାନ ଆଇନଗତ ଅଧିକାର କିଭଳି ମିଳିବ, ସେହି ଦିଗରେ କାର୍ଯ୍ୟ କରିବେ ବୋଲି ନାଜ୍‌ଲା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱ ଅର୍ଥନୈତିକ ଫୋରମ୍‌ ରିପୋର୍ଟ ଅନୁଯାୟୀ ୨୦୦୬ରୁ ୨୦୨୦ ମଧ୍ୟରେ ଲିଙ୍ଗଗତ ସମାନତା ସୂଚକାଙ୍କରେ ଟ୍ୟୁନିସିଆର ର଼୍ୟାଙ୍କ୍‌ ହ୍ରାସ ପାଇ ୯୦ରୁ ୧୨୪ରେ ଆସି ପହଞ୍ଚତ୍ଛି। ଶପଥ ଗ୍ରହଣ ଉତ୍ସବରେ ଭାଷଣ ଦେବା ବେଳେ ନୂଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ଶାସନର ମୁଖ୍ୟ ଉଦ୍ଦେଶ୍ୟ ରହିବ ଦୁର୍ନୀତି ବିରୋଧରେ ସଂଗ୍ରାମ। ଦେଶବାସୀଙ୍କ ବଞ୍ଚତ୍ବା ଶୈଳୀରେ ଉନ୍ନତି ଆଣିବା ତାଙ୍କ କାମ୍ୟ। ରାଜକୋଷକୁ ଠିକ୍‌ ଭାବେ ଉପଯୋଗ କରି ଅର୍ଥନୈତିକ ସଂସ୍କାର ଆଣିବା ଦିଗରେ ତାଙ୍କ ସରକାର ଉପଯୁକ୍ତ ରଣକୌଶଳ ଅନୁସରଣ କରିବ ବୋଲି ସେ କହିଛନ୍ତି।
ନାଜ୍‌ଲାଙ୍କ ମନ୍ତ୍ରିମଣ୍ଡଳର ବିଶେଷତ୍ୱ ହେଉଛି ଯେ, ସେ କ୍ୟାବିନେଟ୍‌ର ଏକତୃତୀୟାଂଶ ମନ୍ତ୍ରଣାଳୟରେ ମହିଳାଙ୍କୁ ଦାୟିତ୍ୱ ଦେଇଛନ୍ତି। ଫଳରେ ଦେଶବ୍ୟାପୀ ମହିଳାଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ଓ ଜାଗରଣ ସୃଷ୍ଟି ହୋଇଛି। ତେବେ ଇସ୍‌ଲାମିକ୍‌ ଅନୁପ୍ରାଣିତ ଏନାହଦା ପାର୍ଟି ନାଜ୍‌ଲାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବଛା ଯାଇଥିବାରୁ ତାହା ଅସାମ୍ବିଧାନିକ ବୋଲି କହିଛି। ସୂଚନାଯୋଗ୍ୟ ଯେ, ଟ୍ୟୁନିସିଆ ବିପ୍ଳବ ପରବର୍ତ୍ତୀ ରାଜନୀତିକୁ ଏନାହଦା ପାର୍ଟି ଅକ୍ତିଆର କରିଆସିଥିଲା। କିନ୍ତୁ ଖୁସିର କଥା ଯେ, ନାଜ୍‌ଲା କେବଳ ଟ୍ୟୁନିସିଆର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବା ସହିତ ଆରବ ବିଶ୍ୱରେ ଜଣେ ମହିଳା ଭାବେ ଅନ୍ୟତମ ସର୍ବୋଚ୍ଚ ପଦବୀରେ ଆସୀନ ହେବାର ଗୌରବ ଅର୍ଜନ କରିଛନ୍ତି। ଉଚ୍ଚଶିକ୍ଷା, ସମାନତା ଓ ସ୍ବାଧୀନ ଚିନ୍ତାଧାରା ଏବଂ ନେତୃତ୍ୱ ନେବାର ଦକ୍ଷତା ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି କୁହାଯାଇପାରିବ। ନାଜ୍‌ଲାଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ସଏଦ୍‌ ମୋହର ଦେବା ବେଳେ ଯଥାର୍ଥରେ କହିଥିଲେ ଯେ, ଏହି ଖବର ନିଶ୍ଚିତ ଭାବେ ଟ୍ୟୁନିସିଆ ଓ ଏହାର ମହିଳାଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ ଆଣିଦେଇଛି। ଅତଏବ ମଲ୍ଲିଫୁଲ ବିପ୍ଳବର ଦଶନ୍ଧି ପରେ ଟ୍ୟୁନିସିଆରେ ଯେଉଁ ନେତୃତ୍ୱ ପରିବର୍ତ୍ତନ ଆସିଛି ନାଜ୍‌ଲା ତାହାର ନବବାର୍ତ୍ତାବହ ପାଲଟିବେ ବୋଲି ଦେଶବାସୀଙ୍କ ଆଶା ରହିବା ସ୍ବାଭାବିକ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

CSK ବିପକ୍ଷ ମ୍ୟାଚ୍‌ବେଳେ କାନ୍ଦି ପକାଇଲେ ରବିନ୍ଦ୍ର ଜାଡେଜା: ପଛରେ ରହିଛି ଏମିତି କାରଣ…

ନୂଆଦିଲ୍ଲୀ,୩୧।୩: ଭାରତୀୟ ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ IPL ୨୦୨୬ ନାଟକୀୟ ଭାବରେ ବଦଳି ଯାଇଛି। ଯେଉଁ ଦଳ ପାଇଁ ସେ ପୂର୍ବ ସିଜନ ପର୍ଯ୍ୟନ୍ତ ନିଜ…

IPL 2026: ଆରମ୍ଭ ହେଲା ଟିକେଟ୍ ବୁକିଂ, ଘରେ ବସି ଏଭଳି ବୁକ୍‌ କରନ୍ତୁ , ମିଳିବ ସିଟ୍‌

ନୂଆଦିଲ୍ଲୀ,୨୯।୩: ୨୮ ମାର୍ଚ୍ଚରୁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCB ବନାମ SRH ମଧ୍ୟରେ ପ୍ରଥମ ମୁକାବିଲା ସହ ଆଇପିଏଲ୍‌ର ନୂଆ ସିଜିନ୍ ଆରମ୍ଭ ହୋଇଛି।। ଟିକେଟ୍…

୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ: ଏବେ ବି ଟୋକନ ଅପେକ୍ଷାରେ…

ଭୁବନେଶ୍ୱର,୨୫।୩: ରାଜ୍ୟରେ ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ଏବେ ବି ୧ ଲକ୍ଷ ୬୩ ହଜାର ଚାଷୀ ୭ ଦିନ ପରେ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଜାରି ହେଲା ନୂଆ ସିଡ୍ୟୁଲ, ଜାଣନ୍ତୁ ରୋହିତ ବିରାଟ ଖେଳିବେ କେତୋଟ ମ୍ୟାଚ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ଅପେକ୍ଷା ଶେଷରେ ଶେଷ ହେବାକୁ ଯାଉଛି, ଟୁର୍ଣ୍ଣାମେଣ୍ଟ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri