ତୁନିଶା ଆତ୍ମହତ୍ୟା ମାମଲାରେ ମୁହଁ ଖୋଲିଲେ ଶିଜାନଙ୍କ ଭଉଣୀ

ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ତଥା ତୁନିଶାଙ୍କ ଏକ୍ସ ବୟଫ୍ରେଣ୍ଡ ଶିଜାନଙ୍କ ଭଉଣୀ ପଲକ ନାଜ୍‌। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି, ‘ଏହା ଆମ ହୃଦୟକୁ ଭାଙ୍ଗି ଦେଇଛି, ଆମର ନୀରବତା ଆମ ପାଇଁ କିପରି ଭୁଲ୍‌ ହୋଇଛି। ବୋଧହୁଏ ଏହାକୁ ‘ଘୋର କଳିଯୁଗ’ କୁହାଯାଏ।

କିଛି ରିପୋର୍ଟ କରିବା ପୂର୍ବରୁ ମିଡିଆ ପୋର୍ଟାଲଗୁଡ଼ିକର ଅନୁସନ୍ଧାନ କରିବା ଦରକାର ବୋଲି ସେ କହିଛନ୍ତି। ଗଣମାଧ୍ୟମ କେବଳ ଟିଆରପି ଆଧାରରେ ସତ ମିଛ ନ ଜାଣି ଶିଜାନଙ୍କୁ ବଦନାମ କରୁଛନ୍ତି। ଯାହା ଆମକୁ ଅତ୍ୟନ୍ତ କଷ୍ଟ ଦେଉଛି।

ସେ କହିଛନ୍ତି, ‘ଆମେ ଏହା ମଧ୍ୟ ଲକ୍ଷ୍ୟ କରିଛୁ ଯେ, ଜନସାଧାରଣଙ୍କ ସହ ଅନେକ ମିଡିଆ ପୋର୍ଟାଲ ମଧ୍ୟ ଅଛନ୍ତି। ଯେଉଁମାନେ ଏହି ମିଥ୍ୟା କାହାଣୀ ରଚିଛନ୍ତି। କିଛି ଲୋକ ଧର୍ମକୁ ମଧ୍ୟ ଏହି ପ୍ରସଙ୍ଗକୁ ଟାଣି ନେଇଥିଲେ। ଆଉ କିଛି ଲୋକ ଅଛନ୍ତି, ଜଣଙ୍କୁ ବଦନାମ କରିବା ପାଇଁ କିଛି ବି କରି ପାରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଭଗବାନ ତୁନିଶାଙ୍କୁ ଆଶୀର୍ବାଦ କରନ୍ତୁ, ଆଶା କରୁଛି ସେ ବର୍ତ୍ତମାନ ଯେଉଁଠି ଅଛନ୍ତି, ଭଲରେ ଅଛନ୍ତି।

Share