ତୁନିଶାଙ୍କ ଟାଟୁକୁ ନେଇ ବଢୁଛି ଚର୍ଚ୍ଚା

ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟାକୁ ନେଇ ସସ୍‌ପେନ୍ସ ବଢିବାରେ ଲାଗିଛି। ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା ଭଳି ପଦକ୍ଷେପ ସେ କାହିଁକି ନେଲେ ତାକୁ ନେଇ ତର୍ଜମା ଚାଲିଛି। ଏହା ଭିତରେ ତାଙ୍କ ଏକ୍ସ-ବୟଫ୍ରେଣ୍ଡ ଶିଜାନ ଖାନ୍‌ଙ୍କୁ ପୋଲିସ ଗିରଫ କରିଛି। ଏବେ ତୁନିଶା ହାତରେ କରିଥିବା ଟାଟୁକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ‘ପ୍ରେମ’ ଜୀବନର ସବୁଠୁ ବଡ଼ ଅଂଶ ଭାବୁଥିବା ତନିଶା ହଠାତ୍‌ କାହିଁକି ଏହି ଦୁନିଆ ଛାଡି ଚାଲିଗଲେ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ।
ତୁନିଶା ହାତରେ କରିଥିବା ଟାଟୁରେ ଲେଖିଥିଲେ, ‘ସବୁଠୁ ଉପରେ ପ୍ରେମ’। ତେବେ ତୁନିଶାଙ୍କୁ ବୟଫ୍ରେଣ୍ଡ ଶିଜାନ ଧୋକା ଦେବା ପରେ ସେ ଏପରି କଠୋର ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।
ତୁନିଶା ଖୁବ୍‌ କମ୍‌ ବୟସରୁ ସଫଳତା ପାଇଥିଲେ।ଜଣେ ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପାଦ ଥାପିଥିଲେ ତୁନିଶା। ଏକାଧିକ ସିରିଏଲରେ କାମ କରିବା ସହ ହିନ୍ଦୀ ଫିଲ୍ମର କାମ କରିଥିଲେ ୨୦୧୬ରେ ରିଲିଜ ହୋଇଥିବା କ୍ୟାଟ୍ରିନା କୈଫ ଷ୍ଟାରର ଫିଲ୍ମ ଫିତୁର’, ବିଦ୍ୟା ବଲାନଙ୍କ ‘କାହାନୀ-୨’, ସଲମାନ ଖାନଙ୍କ ଦବଙ୍ଗ-୩ରେ ତାଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଥିଲ।

Share