ପଞ୍ଚଭୂତରେ ବିଲୀନ ହେଲେ ତୁନିଶା, କାନ୍ଦି କାନ୍ଦି ଚେତାଶୂନ୍ୟ ହେଲେ ମା’…

ବମ୍ବେ: ମୃତ୍ୟୁର ତିନି ଦିନ ପରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଅଭିନେତ୍ରୀ ତୁନିଶା ଶର୍ମା। ଦିବଂଗତ ଅଭିନେତ୍ରୀଙ୍କ ପରିବାର ପକ୍ଷରୁ ସମସ୍ତ ରୀତିନୀତି ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର ମଙ୍ଗଳବାର କରାଯାଇଥିଲା। ଏହି ଅବସରରେ ତାଙ୍କ ମା’ଙ୍କୁ ଚେତାଶୂନ୍ୟ ହେଉଥିବା ଦେଖାଯାଇଥିଲା। ମାତ୍ର ୨୦ ବର୍ଷ ବୟସର ଝିଅକୁ ନିଜ ଆଖି ଆଗରେ ଚାଲିଯିବାର ଦୃଶ୍ୟ ସେ ଗ୍ରହଣ କରିପାରୁ ନ ଥିଲେ, ଯାହାକୁ ଦେଖି ସେଠାରେ ଉପସ୍ଥିତ ଅନେକ ଭାବବିହ୍ବଳ ହୋଇଥିଲେ। ପରିବାରର ଅନ୍ୟମାନେ ତାଙ୍କୁ ସମ୍ଭାଳିଥିଲେ।

ଡିସେମ୍ବର ୨୪ରେ ତୁନିଶା ନିଜର ମେକ୍‌ରୁମ୍‌ରେ ଆତ୍ମହତ୍ୟା କରିଥିଲେ। ବ୍ୟବଚ୍ଛେଦ କରାଯିବା ପରେ ଆଜି ତାଙ୍କ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ସମସ୍ତ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ତେବେ ତୁନିଷା ଜଣେ ପ୍ରତିଭାବାନ କଳାକାର ଥିଲେ। ଏଣୁ ହଠାତ ସେ ଚାଲିଯିବା ମନୋରଞ୍ଜନଜଗତ ପାଇଁ ବଡ଼ କ୍ଷତି ବୋଲି କୁହାଯାଉଛି। ଅପରପକ୍ଷେ ତୁନିଶାଙ୍କ ମା’ଙ୍କ ଅଭିଯୋଗ ପରେ ତାଙ୍କ ପ୍ରେମିକ ଶ୍ରୀଜାନ ଖାଁଙ୍କୁ ପୋଲିସ ଗିରଫ କରିଛି। ତାଙ୍କୁ ପଚରାଉଚରା କରାଯିବା ପରେ ଅନେକ ବଡ଼ ତଥ୍ୟ ପୋଲିସକୁ ମିଳିଛି। ବ୍ରେକ୍‌ଅପ୍‌ ଲାଗି ଅଭିନେତ୍ରୀ ଏଭଳି ପଦକ୍ଷେପ ଗ୍ରହଣ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

Share