ମିଳୁନି ଟୁଙ୍ଗି ପୁନରୁଦ୍ଧାର ସହାୟତା

ବେଗୁନିଆ,୨୦ା୫ (ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ବହୁ ବିକାଶମୂଳକ ଯୋଜନା ମଧ୍ୟରୁ ଭାଗବତ ଟୁଙ୍ଗି ପୁନରୁଦ୍ଧାର ଯୋଜନା ଅନ୍ୟତମ। ଗଁା ଗହଳିରେ ରହିଥିବା ଝାଟିମାଟି ଟୁଙ୍ଗିର ପୁନରୁଦ୍ଧାର ପାଇଁ ୪ବର୍ଷ ପୂର୍ବେ ସରକାରଙ୍କ ପକ୍ଷରୁ ସହାୟତା ଘୋଷଣା କରାଯାଇଥିଲା। ଜିଲା ଓ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଯାଇଥିଲେ ମଧ୍ୟ ମିଳୁନି ସହାୟତା। ପରମ୍ପରାକୁ ବଞ୍ଚାଇବାକୁ ଯାଇ ଖୋଲା ଆକାଶ ତଳେ ଚାଲୁଛି ଭାଗବତ ସଭା ବୋଲି ବେଗୁନିଆ ବ୍ଲକ କୋଲୁହାପାଟଣା ଅଞ୍ଚଳର କୃପାସିନ୍ଧୁ ପଣ୍ଡା, ସଦାଶିବ ପଣ୍ଡା, ମଦନ ମୋହନ ସାହୁ ପ୍ରମୁଖ କହିଛନ୍ତି। ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
ପ୍ରତିବର୍ଷ ଭଳି ଚଳିତ ବର୍ଷ କୋଲୁହାପାଟଣା ଗ୍ରାମରେ ବୁଦ୍ଧ ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇଥିବା ୨୦୧ତମ ଭାଗବତ ସଭା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ସଦାନନ୍ଦ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅଷ୍ଟାଦଶ ମହାପୁରାଣର ଭାଗବତ ପାଠ କରାଯାଇଥିଲା। ୬ଷ୍ଠ ସ୍କନ୍ଧର ତୃତୀୟ ଅଧ୍ୟାୟ ‘ଯମରାଜ ଓ ଯମଦୁତଙ୍କ’ କଥୋପକଥନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ସେହିପରି ଉଦ୍‌ଯାପନୀ ଦିବସରେ ଦ୍ୱାଦଶ ସ୍କନ୍ଧର ଦ୍ୱିତୀୟ ଅଧ୍ୟାୟ ‘କଳିଯୁଗର ବୈଶିଷ୍ଟ୍ୟ’ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ପଣ୍ଡିତ କୈଳାସ ନାଥ ପଣ୍ଡା, ଶରତ ଚନ୍ଦ୍ର ପଣ୍ଡା, ତପନ କୁମାର ପଣ୍ଡା, ଅଖିଳେଶ ପ୍ରସାଦ ପଣ୍ଡା, କୃଷ୍ଣଚନ୍ଦ୍ର ପଣ୍ଡା, ପବିତ୍ର କୁମାର ପୃଷ୍ଟି, ନିରଞ୍ଜନ ଦାଶପୁରୀ ପ୍ରମୁଖ ବ୍ୟାଖ୍ୟା କରିଥିଲେ। ଗୌରହରି ପଣ୍ଡା, ଶ୍ରୀକାନ୍ତ ଦାଶ, ବନମାଳୀ ପଣ୍ଡା, ଶ୍ୱେତ ମହାପାତ୍ର, ଗୋକୁଳ ଚନ୍ଦ୍ର ପଣ୍ଡା, ଧନେଶ୍ୱର ପଣ୍ଡା ପୁରାଣ ପଠନରେ ସହାୟତା କରିଥିଲେ। ବନମାଳୀ ପଣ୍ଡା ଧନ୍ୟବାଦ ଦେଇଥିଲେ। ଏଥିରେ ଖୋର୍ଦ୍ଧା, ନୟାଗଡ, ପୁରୀ ଓ କଟକ ଜିଲାର ବହୁ ପଣ୍ଡିତଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ କାହିଁକି ଭାଇରାଲ ହେଲା ଟ୍ରମ୍ପଙ୍କ ପୁରୁଣା ବୟାନ? ଜାଣନ୍ତୁ କ’ଣ କହିଛନ୍ତି ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି

ଓ୍ବାଶିଂଟନ,୩୧।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ୧୯୮୭ ମସିହାର ଏକ ପୁରୁଣା ସାକ୍ଷାତକାର ଶେୟାର କରିଛନ୍ତି, ଯେଉଁଥିରେ ସେ ଇରାନ ସମ୍ପର୍କରେ ଅତ୍ୟନ୍ତ ଆକ୍ରମଣାତ୍ମକ…

କେବେ ସରିବ ଇରାନ-ଇସ୍ରାଏଲ ଯୁଦ୍ଧ? ଇରାନ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଅପଡ଼େଟ୍

ତେହରାନ,୩୧।୩: ଇରାନ-ଇସ୍ରାଏଲ ବିବାଦ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି, ତଥାପି ମିଶାଇଲ୍ ଏବଂ ଡ୍ରୋନର ଆକ୍ରମଣ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଆମେରିକା କିମ୍ବା…

ଇଣ୍ଡୋନେସିଆରେ ବୁଡ଼ିଲା ଡଙ୍ଗା, ୨୭ ନିଖୋଜ

ଜାକର୍ତ୍ତା,୩୧।୩: ଇଣ୍ଡୋନେସିଆର ଏକ ଦୁର୍ଗମ ଗ୍ରାମକୁ ଯାଉଥିବା ଏକ ଡଙ୍ଗା ଖରାପ ପାଗରେ ଫସିଯିବା ପରେ ବୁଡ଼ି ଯାଇଥିବା ଖବର ମିଳିଛିା। ଏହି ଘଟଣାରେ ୨୭ ଜଣ…

୪ ବର୍ଷ ହେଲା ସରୁନାହିଁ ପାନୀୟଜଳ ପ୍ରକଳ୍ପ କାମ: ପାଣି ପାଇଁ ଡହଳବିକଳ ଗ୍ରାମବାସୀ

ଲୋଇସିଂହା,୩୧।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତ ପିପିଲିପାଲିରେ ପୋଖରୀ, ନାଲା ଶୁଖିଲା ପଡିଛି। ଏପରି ଗ୍ରାମର ନଳକୂପରୁ ପାଣି ବାହାରୁ ନାହିଁ। ଏଭଳି ପରିସ୍ଥିତିରେ…

ଭାରତ ଆସୁଥିବା ଇରାନୀ ବିମାନକୁ ଟାର୍ଗେଟ କଲା ଆମେରିକା, ବିଶ୍ବରେ ଚହଳ

ତେହରାନ,୩୧।୩: ଇରାନର ମଶାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାର୍କିଂ ହୋଇଥିବା ଏକ ମହାନ ଏୟାରର ଏକ ବିମାନ ଆମେରିକା ଏୟାରଷ୍ଟ୍ରାଇକର ଶିକାର ହୋଇଛି । ରିପୋର୍ଟ ଅନୁସାରେ, ମଶାଦ…

ସରକାରୀ ବସ୍‌ଷ୍ଟାଣ୍ଡ୍‌, ମିଳୁନି ମୌଳିକ ସେବା: ଯାତ୍ରୀ ହଟହଟା

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକଶିତ ହେଉଛି। ରାସ୍ତାଘାଟ ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଡ୍ରେନ୍‌ ନିର୍ମାଣ କରାଯାଉଛି। ଏଥିପାଇଁ ଅନେକ ଗରିବ ଖଟିଖିଆ ଲୋକଙ୍କୁ ସେମାନଙ୍କ ଉଠା…

ବିମାନର ଏମର୍ଜେନ୍ସି ଗେଟ୍‌ ଖୋଲୁଥିଲେ ଯାତ୍ରୀ, ପଚାରିବାରୁ ଏମିତି କହିଲେ, ସମସ୍ତେ ଆଶ୍ଚର୍ଯ୍ୟ

ବାରାଣସୀ, ୩୧ା୩:ବେଙ୍ଗାଲୁରୁରୁ ବାରାଣସୀ ଅଭିମୁଖେ ଶନିବାର ରାତିରେ ଆସୁଥିବା ଇଣ୍ଡିଗୋ ବିମାନ (୬ଇ-୧୮୫) ଭିତରେ ଘଟିଛି ହାଇଡ୍ରାମା। ଜଣେ ୨୬ ବର୍ଷୀୟ ଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ ଯୋଗୁ ୧୦୦ରୁ…

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri