ଲାଉରୁ ତୁମ୍ବା କ୍ରାଫ୍ଟ

ଭୁବନେଶ୍ୱର,୧୧।୧(ଶର୍ମିଷ୍ଠା ପାଣିଗ୍ରାହୀ)ତୁମ୍ବା କ୍ରାଫ୍ଟ। ଶୁଣିବାକୁ ନୂଆ ଲାଗୁଥିଲେ ବି ଏହା ହେଉଛି ଆଦିବାସୀଙ୍କ କଳା ଦକ୍ଷତାର ନିଆରା ଝଲକ। ଆମେ ଖାଉଥିବା ପରିବା ‘ଲାଉ’କୁ ଆଦିବାସୀମାନେ ତୁମ୍ବା କହିଥାଆନ୍ତି। ଆଉ ସେହି ଲାଉ ଅର୍ଥାତ୍‌ ତୁମ୍ବାରୁ ତିଆରି ହୋଇଛି ଆକର୍ଷଣୀୟ ମନଲୋଭା ହାଣ୍ଡିକ୍ରାଫ୍ଟ ବା ହସ୍ତଶିଳ୍ପ। ତୁମ୍ବାର ଆକୃତି ଅନୁସାରେ ସୁନ୍ଦର କ୍ରାଫ୍ଟ ତିଆରି କରାଯାଇଥାଏ। ଏଥିମଧ୍ୟରେ ଫ୍ଲାୱାର ବେସ୍‌, ଲ୍ୟାମ୍ପ ସେଟ୍‌, ସାଜସଜ୍ଜା ସାମଗ୍ରୀ, ଜୁଏଲେରୀ, ଖାଦ୍ୟସାମଗ୍ରୀ ରଖିବା ବା ଖାଇବା ପାତ୍ର, କଲମ ଷ୍ଟାଣ୍ଡ୍‌ ଆଦି ଅନେକ ସାମଗ୍ରୀ ରହିଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓର୍‌ମାସ ପକ୍ଷରୁ ବରମୁଣ୍ଡା ଖେଳ ପଡ଼ିଆରେ ଚାଲିଥିବା ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳା ‘ଶିଶିର ସରସ-୨୦୨୪’ରେ ଏହି ଇକୋ ଫ୍ରେଣ୍ଡ୍‌ଲି କଳାକୃତି ଆକର୍ଷଣ ସାଜିଛି। ମେଳାରେ ୨୬ଟି ରାଜ୍ୟର ସାମଗ୍ରୀ ପଡ଼ିଛି। ମାତ୍ର ସବୁ ବର୍ଷଠାରୁ ଚଳିତ ବର୍ଷ ନୂଆ କରି ଆସିଥିବା ତୁମ୍ବା କ୍ରାଫ୍ଟ ଷ୍ଟଲ୍‌ରେ ବେଶ୍‌ ଭିଡ଼ ଜମୁଛି।
ବିଭିନ୍ନ ପ୍ରକାରର କ୍ରାଫ୍ଟ ବଜାରକୁ ଆସୁଛି। ହେଲେ ତୁମ୍ବା କ୍ରାଫ୍ଟ ଦର୍ଶକଙ୍କୁ ଭିନ୍ନ ଲାଗିବାର ଅନେକ କାରଣ ରହିଛି। ତୁମ୍ବା ବା ଲାଉକୁ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡର ଲୋକମାନେ ଖାଦ୍ୟ, ମ୍ୟୁଜିକାଲ ଉପାଦାନ ଓ ମେଡିସିନ୍‌ ଭାବେ ବ୍ୟବହାର କରନ୍ତି। ସନ୍ନ୍ୟାସୀମାନେ ଏଥିରୁ ପ୍ରସ୍ତୁତ ପାତ୍ରକୁ ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏହାର କେତୋଟି ଖାସ୍‌ ଗୁଣ ହେଉଛି। ଏହାର ଔଷଧୀୟ ଗୁଣ ରହିଥିବାବେଳେ ଏହାକୁ ଅଧିକ ଦିନ ବ୍ୟବହାର କରିହେବ। ନଷ୍ଟ ହେବାର ସମ୍ଭାବନା ବହୁତ କମ୍‌। ଏହାଛଡ଼ା ହାତକୁ ହାଲକା ଲାଗିବା ସହ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାକୁ ମଧ୍ୟ କିଛିମାତ୍ରାରେ ରୋକିପାରିବ। ଏହା ଇକୋ ଫ୍ରେଣ୍ଡ୍‌ଲି ଓ ବାୟୋଡିଗ୍ରେଡେବଲ୍‌। ବିଶେଷ କରି ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାରକୁ ଏହା କମାଇପାରିବ। ତୁମ୍ବା କ୍ରାଫ୍ଟ ସମସ୍ତେ ବନାଇପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବେ ଏହାକୁ ନେଇ ବ୍ୟବସାୟ ଓ ଭଲ ରୋଜଗାର କରାଯାଇପାରିବ।

ତୁମ୍ବା କ୍ରାଫ୍ଟ କଥା ଉଠିଲେ ଆର୍ଟିଷ୍ଟ ହିମାଂଶୁ ଶେଖର ପାଣ୍ଡିଆ ସମ୍ନାକୁ ଆସନ୍ତି। ରାଉରକେଲାରେ ଜନ୍ମିତ ହିମାଂଶୁ ୧୫ବର୍ଷ ତଳେ ଏମିତି କିଛି ନୂଆ କରିବାକୁ ଚିନ୍ତା କଲେ। ୧୯୮୭ରେ ସେ ପ୍ରେରଣା ଆର୍ଟ ଓ କ୍ରାଫ୍ଟ ନାମରେ ଏକ ଏନଜିଓ ଖୋଲିଲେ। ୨୦୨୧ରେ ତାଙ୍କର ଏହି ଇନୋଭେଶନକୁ ଭାରତ ସରକାର ସ୍ବୀକୃତି ଦେଇଥିଲେ। ଏବେ ସେ ରାୟଗଡ଼ାରେ ତୁମ୍ବା କ୍ରାଫ୍ଟର ଏକ ୟୁନିଟ୍‌ ଖୋଲିଛନ୍ତି। ପାଖାପାଖି ୨ହଜାର ଆଦିବାସୀ ପରିବାରଙ୍କୁ ସେ ଏଥିରେ ନିୟୋଜିତ କରିଛନ୍ତି। ସେ କହିଛନ୍ତି, ହଜିଯାଉଥିବା ଏହି ତୁମ୍ବାକୁ ଏକ ଭିନ୍ନ ପରିଚୟ ମିଳିପାରିଛି। ପାଖାପାଖି ୪୦ହଜାରରୁ ଊର୍ଦ୍ଧ୍ୱ ଆଇଟମ୍‌ ତୁମ୍ବାରୁ କରିହେବ। ୫୦ଟଙ୍କାରୁ ଆରମ୍ଭ କରି ୩୦ହଜାର ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ତାଙ୍କ ପାଖରେ ଉପଲବ୍ଧ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ବାଲ୍ୟ ବିବାହ ରୋକିଲା ପ୍ରଶାସନ, ସୂଚନା ଦେଇଥିବା ଲୋକଙ୍କ ଘର ଆଗରେ ହଟ୍ଟଗୋଳ

ପାତ୍ରପୁର,୨୧।୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଖାରିଆଗୁଡା ପଞ୍ଚାୟତ ତାଳପଡା ଗ୍ରାମରେ ଶନିବାର ଜଣେ ନାବାଳିକାଙ୍କ ବିବାହ ହେଉଥିବା ନେଇ ସୂଚନା ପାଇ ପ୍ରଶାସନ…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri