ଟ୍ୟୁଶନ ମାଷ୍ଟରଙ୍କୁ ୨୦ବର୍ଷ ଜେଲ

ଯାଜପୁର ଟାଉନ,୨୮ା୧୨(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) :ନାବାଳିକା ଛାତ୍ରୀଙ୍କୁ ଟ୍ୟୁଶନ୍‌ ମାଷ୍ଟର ବଳାତ୍କାର କରିବା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜରିମାନା କରିଛନ୍ତି ଅତିରିକ୍ତ ଜିଲା ଦୌରା ଓ ପୋକ୍‌ସୋ କୋର୍ଟର ବିଚାରପତି ବିଜୟ କୁମାର ଜେନା। ମାମଲାର ବିବରଣୀ ଅନୁଯାୟୀ, କୋରାଇ ଥାନା ଅଞ୍ଚଳର ତୁଳସୀପୁର ଗ୍ରାମର ଟ୍ୟୁଶନ୍‌ ମାଷ୍ଟର ବିଶ୍ୱନାଥ ବାରିକ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁଶନ୍‌ କରିବାକୁ ଆସୁଥିଲେ। ୨୦୨୧ ମାର୍ଚ୍ଚ ୧୬ରେ ଅନ୍ୟ ଜଣେ ଟ୍ୟୁଶନ୍‌ ପିଲାକୁ ଘର ବାରଣ୍ଡାରେ ଜଗାଇ ସେ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ସେହି ସମୟରେ ଅଭିଯୁକ୍ତ ବିଶ୍ୱନାଥଙ୍କ ଘରେ କୌଣସି ସଦସ୍ୟ ଉପସ୍ଥିତ ନ ଥିଲେ। ପରେ ଅଭିଯୁକ୍ତ ନାବାଳିକାଙ୍କୁ ଶହେ ଟଙ୍କା ଦେଇ ଏହି ଘଟଣାକୁ କାହାରିକୁ ନ କହିବା ପାଇଁ କହିଥିଲେ। ମାତ୍ର ନାବାଳିକ ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ପାଖରେ କହିବା ପରେ ଏ ସଂକ୍ରାନ୍ତରେ କୋରାଇ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ଏକ ମାମଲା(ନଂ.ନ୮୪/୨୧) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବୁଧବାର ୧୯ଜଣ ସାକ୍ଷୀଙ୍କ ସାକ୍ଷକୁ ଭିତ୍ତିକରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଜିଲା ଆଇନ୍‌ ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାଟିକୁ ସରକାରୀ ଓକିଲ ରାଜେନ୍ଦ୍ର କୁମାର ନାୟକ ପରିଚାଳନା କରିଥିଲେ।

ଯାଜପୁର ଟାଉନ,୨୮ା୧୨(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) :ନାବାଳିକାଙ୍କୁ ବଳାତ୍କାର କରିଥିବା ମାମଲାର ବୁଧବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ ଦଣ୍ଡାଦେଶ ସହ ୫ହଜାର ଟଙ୍କା ଜରିମାନା ପାଇଁ ଆଡହକ୍‌ ଫାଷ୍ଟଟ୍ରାକ୍‌ କୋର୍ଟର ବିଚାରପତି ଶରତ ଚନ୍ଦ୍ର ଦେହୁରୀ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀ ଅନୁଯାୟୀ, ୨୦୧୬ ନଭେମ୍ବର ୧୮ରେ ମଙ୍ଗଳପୁର ଥାନା ଖାନନଗର ଅଞ୍ଚଳର ସୁରେଶ ସାହୁ (୩୦) ନାବାଳିକାଙ୍କ ଗ୍ରାମକୁ ଟେଣ୍ଟକାମ କରିବାକୁ ଆସିଥିଲେ। ସେ ରାତିରେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିଲେ। ପରବର୍ତ୍ତୀ ସମୟରେ ସେ ଏକାଧିକ ଥର ନାବାଳିକାଙ୍କୁ ବଳାତକାର କରିଥିଲେ। ନାବାଳିକା ଗର୍ଭବତୀ ଥିବା ଜଣାପଡିବା ପରେ ଏହି ଘଟଣା ସାମ୍‌ନାକୁ ଆସିଥିଲା। ଅଭିଯୁକ୍ତ ନାବାଳିକାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବାରୁ ସେ ଘଟଣା ବିଷୟରେ ପ୍ରକାଶ କରି ନ ଥିଲେ। ନାବାଳିକାର ଜେଜେମାଆ ମଙ୍ଗଳପୁର ଥାନାରେ ଲିଖିତ ଏତଲା ଦେବାପରେ ପୋଲିସ ଏକ ମାମଲା (ନଂ.୧୨୪/୨୦୧୭) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବୁଧବାର କୋର୍ଟ ୯ଜଣ ସାକ୍ଷୀଙ୍କ ସାକ୍ଷକୁ ଭିତ୍ତିକରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦୟେ ଅଭିଯୁକ୍ତ ଅଧିକ ୬ମାସ ଜେଲଦଣ୍ଡ ଭୋଗ କରିବେ ବୋଲି କୋର୍ଟ ରାୟରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ପୀଡ଼ିତାଙ୍କୁ ୪ଲକ୍ଷ ଟଙ୍କା ପ୍ରଦାନ କରିବାକୁ କୋର୍ଟ ଜିଲା ଆଇନ୍‌ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାଟିକୁ ସରକାରୀ ଓକିଲ ଶୈଳେନ୍ଦ୍ର ସାମଲ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri