ପୋଲିସ ଷ୍ଟେଶନ ଉପରେ ଆକ୍ରମଣ କଲେ ଟିଟିପି ଆତଙ୍କବାଦୀ, ୩ ପୋଲିସ ମୃତ…

ଇସଲାମାବାଦ,୧୪।୧ : ପଡୋଶୀ ଦେଶ ପାକିସ୍ତାନ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଅନ୍ୟପକ୍ଷରେ ପାକିସ୍ତାନରେ ଆତଙ୍କବାଦୀ ଘଟଣା ମଧ୍ୟ ବନ୍ଦ ହେବାର ନାମ ନେଉନାହିଁ। ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି) ଦ୍ୱାରା ହୋଇଥିବା ସଦ୍ୟତମ ଆକ୍ରମଣରେ ତିନି ଜଣ ପୋଲିସଙ୍କର ମୃତ୍ୟୁ ଘଟିଛି।

ଟିଟିପି ପାକିସ୍ତାନର ପେଶୱାରର ଏକ ପୋଲିସ ଷ୍ଟେଶନ ଉପରେ ଆକ୍ରମଣ କରିଛି। ଏଥିରେ ଜଣେ ବରିଷ୍ଠ ପୋଲିସ କର୍ମଚାରୀଙ୍କ ସମେତ ମୋଟ ୩ ଜଣ ପୋଲିସଙ୍କର ମୃତ୍ୟୁ ଘଟିଛି।

ପେଶୱାରର ଏସଏସପି କାସିଫ ଅବ୍ବାସି ସୂଚନା ଦେଇଛନ୍ତି ଯେ ୬ରୁ ୭ ଜଣ ସଶସ୍ତ୍ର ଆତଙ୍କବାଦୀ ହ୍ୟାଣ୍ଡ ଗ୍ରେନେଡ,ସ୍ବୟଂଚାଳିତ ଅସ୍ତ୍ରଶସ୍ତ୍ର ଏବଂ ସ୍ନାଇପର ଅସ୍ତ୍ର ସାହାଯ୍ୟରେ ପେଶୱାରର ସରବନ୍ଦ ପୋଲିସ ଷ୍ଟେଶନ ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ କ୍ରସ ଫାୟାରିଙ୍ଗରେ ୩ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଏହି ଆକ୍ରମଣରେ ନିହତ ହୋଇଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ସର୍ଦ୍ଦାର ହୁସେନ ଏବଂ ଦୁଇ ଜଣ କନଷ୍ଟେବଳ ଅଛନ୍ତି।

ଖାଇବର ପାସ୍ତୁନଖ୍ବା ମୁଖ୍ୟମନ୍ତ୍ରୀ ମହମୁଦ ଖାନ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଆତଙ୍କବାଦ ମୁକାବିଲାରେ ପୋଲିସର ବଳିଦାନ ବୃଥା ହେବ ନାହିଁ ବୋଲି କହିଛନ୍ତି। ଆତଙ୍କବାଦୀଙ୍କ ସନ୍ଧାନରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଛି। ଅନ୍ୟପକ୍ଷରେ ଏହି ଆକ୍ରମଣରେ ୪ଜଣ ପୋଲିସଙ୍କ ମୃତ୍ୟୁ ଘଟିଥିବା ଏବଂ ୩ ଜଣ ପୋଲିସ ଆହତ ହୋଇଥିବା ଟିଟିପି ଦାବି କରିଛି। ଏଥିସହ ଦୁଇଟି କାଲାଶନିକୋଭ, ମାଗାଜିନ ଏବଂ ୪୭ ହଜାର ପାକିସ୍ତାନୀ ଟଙ୍କା ଲୁଟି ନେଇଥିବା ଟିଟିପି ପକ୍ଷରୁ କୁହାଯାଇଛି। ଡେରା ଗାଜି ଖାନ ଜିଲାର ତୁନସା ସରିଫ ତହସିଲରେ ପୋଲିସ ଚେକପୋଷ୍ଟ ଉପରେ ହୋଇଥିବା ଆକ୍ରମଣ ପାଇଁ ଟିଟିପି ମଧ୍ୟ ଦାୟୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri