୧୭ ଘଣ୍ଟା ଧରି ମିଲିଟାରୀ ସେଣ୍ଟରରେ ତାଲିବାନର କବ୍‌ଜା: ଅଧିକାରୀଙ୍କୁ କଲା ବନ୍ଧକ

ଇସ୍‌ଲାମାବାଦ୍‌,୧୯।୧୨: ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଆତଙ୍କ ସୃଷ୍ଟି କରିଛନ୍ତି। ୧୭ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଆତଙ୍କବାଦ ବିରୋଧୀ କେନ୍ଦ୍ରକୁ ପାକିସ୍ତାନ ତେହେରିକ୍‌-ଇ-ତାଲିବାନ (ଟିଟିପି) ଗଡ଼ରୁ ମୁକ୍ତ କରିବାରେ ସକ୍ଷମ ହୋଇପାରିନାହିଁ। ଏଥିସହ ପାକିସ୍ତାନୀ ମିଲିଟାରୀର ଅନେକ ବରିଷ୍ଠ ଅଧିକାରୀ ଟିଟିପି ପାକିସ୍ତାନ ଅଧୀନରେ ଥିବା ଜଣାପଡ଼ିଛି। ପାକିସ୍ତାନ କ୍ରମାଗତ ଭାବେ ଟିଟିପି ସହ ଆଲୋଚନା କରିବାକୁ ଚେଷ୍ଟା କରୁଛି, କିନ୍ତୁ ଏହି ପ୍ରସଙ୍ଗରେ ଆଲୋଚନା ଆଗକୁ ବଢ଼ିପାରୁନାହିଁ। ସୂଚନାଯୋଗ୍ୟ, ଉତ୍ତର-ପଶ୍ଚିମ ପାକିସ୍ଥାନର ଖାଇବର ପାଖତୁନଖୱାର ବନ୍ନୁୁରେ ଥିବା ଏକ କାଉଣ୍ଟର ଆତଙ୍କବାଦ କେନ୍ଦ୍ରକୁ ଟିଟିପି କର୍ମଚାରୀ ରାତିସାରା ବନ୍ଧକ ରଖିଛନ୍ତି। ଏହାର ସୁଯୋଗ ଦେଖି ଏହି ଟିଟିପି କର୍ମଚାରୀମାନେ ପାକିସ୍ତାନୀ ସୁରକ୍ଷା ଏଜେନ୍ସିର ଅନେକ ଅଧିକାରୀଙ୍କୁ ବନ୍ଧ କରିନେଇଛନ୍ତି। ସୋମବାର ଉକ୍ତ ଅଞ୍ଚଳର ଆଖ ପାଖରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପାକିସ୍ତାନ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ଉକ୍ତ ଅଞ୍ଚଳକୁ ଘେରି ରହିଥିବା ବେଳେ ନିକଟସ୍ଥ ବାସିନ୍ଦାଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉକ୍ତ ଅଞ୍ଚଳରେ ଇଣ୍ଟରନେଟ ଏବଂ ମୋବାଇଲ ଫୋନ ସେବାକୁ ବନ୍ଦ ରଖାଯାଇଛି। ଅନ୍ୟପଟେ ଖାଇବର ପାଖତୁନଖୱାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହକାରୀ ବାରିଷ୍ଟର ମହମ୍ମଦ ଅଲି ସୈଫ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ଗମ୍ଭୀର ରହିଛି। ଏପର୍ଯ୍ୟନ୍ତ କୌଣସି ସଫଳତା ହାସଲ କରାଯାଇନାହିଁ।

Share