୧୭ ଘଣ୍ଟା ଧରି ମିଲିଟାରୀ ସେଣ୍ଟରରେ ତାଲିବାନର କବ୍‌ଜା: ଅଧିକାରୀଙ୍କୁ କଲା ବନ୍ଧକ

ଇସ୍‌ଲାମାବାଦ୍‌,୧୯।୧୨: ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଆତଙ୍କ ସୃଷ୍ଟି କରିଛନ୍ତି। ୧୭ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଆତଙ୍କବାଦ ବିରୋଧୀ କେନ୍ଦ୍ରକୁ ପାକିସ୍ତାନ ତେହେରିକ୍‌-ଇ-ତାଲିବାନ (ଟିଟିପି) ଗଡ଼ରୁ ମୁକ୍ତ କରିବାରେ ସକ୍ଷମ ହୋଇପାରିନାହିଁ। ଏଥିସହ ପାକିସ୍ତାନୀ ମିଲିଟାରୀର ଅନେକ ବରିଷ୍ଠ ଅଧିକାରୀ ଟିଟିପି ପାକିସ୍ତାନ ଅଧୀନରେ ଥିବା ଜଣାପଡ଼ିଛି। ପାକିସ୍ତାନ କ୍ରମାଗତ ଭାବେ ଟିଟିପି ସହ ଆଲୋଚନା କରିବାକୁ ଚେଷ୍ଟା କରୁଛି, କିନ୍ତୁ ଏହି ପ୍ରସଙ୍ଗରେ ଆଲୋଚନା ଆଗକୁ ବଢ଼ିପାରୁନାହିଁ। ସୂଚନାଯୋଗ୍ୟ, ଉତ୍ତର-ପଶ୍ଚିମ ପାକିସ୍ଥାନର ଖାଇବର ପାଖତୁନଖୱାର ବନ୍ନୁୁରେ ଥିବା ଏକ କାଉଣ୍ଟର ଆତଙ୍କବାଦ କେନ୍ଦ୍ରକୁ ଟିଟିପି କର୍ମଚାରୀ ରାତିସାରା ବନ୍ଧକ ରଖିଛନ୍ତି। ଏହାର ସୁଯୋଗ ଦେଖି ଏହି ଟିଟିପି କର୍ମଚାରୀମାନେ ପାକିସ୍ତାନୀ ସୁରକ୍ଷା ଏଜେନ୍ସିର ଅନେକ ଅଧିକାରୀଙ୍କୁ ବନ୍ଧ କରିନେଇଛନ୍ତି। ସୋମବାର ଉକ୍ତ ଅଞ୍ଚଳର ଆଖ ପାଖରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପାକିସ୍ତାନ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ଉକ୍ତ ଅଞ୍ଚଳକୁ ଘେରି ରହିଥିବା ବେଳେ ନିକଟସ୍ଥ ବାସିନ୍ଦାଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉକ୍ତ ଅଞ୍ଚଳରେ ଇଣ୍ଟରନେଟ ଏବଂ ମୋବାଇଲ ଫୋନ ସେବାକୁ ବନ୍ଦ ରଖାଯାଇଛି। ଅନ୍ୟପଟେ ଖାଇବର ପାଖତୁନଖୱାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହକାରୀ ବାରିଷ୍ଟର ମହମ୍ମଦ ଅଲି ସୈଫ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ଗମ୍ଭୀର ରହିଛି। ଏପର୍ଯ୍ୟନ୍ତ କୌଣସି ସଫଳତା ହାସଲ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri