Categories: ଖେଳ

ପିଚ୍‌ ବିବାଦ ନିଆଁକୁ ଥଣ୍ଡା କରିବାକୁ ଚେଷ୍ଟା କରି ନୀରବତା ଭାଙ୍ଗିଲେ ଅଧିନାୟକ କମିନ୍ସ,, କହିଲେ ଏସବୁ ବାଜେ କଥା…

ଅହମଦାବାଦ,୧୮।୧୧ : ଆଇସିସି ବିଶ୍ୱକପ ୨୦୨୩ସମୟରେ ପିଚ୍‌ ବିବାଦ ବିଷୟରେ ଅନେକ ଚର୍ଚ୍ଚା ହେଉଛି । ବାସ୍ତବରେ ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ପରେ ଏହି ଆଲୋଚନା ଆରମ୍ଭ ହୋଇଛି । ଆଇସିସି ଅଭିଯୋଗ କରିଛି ଭାରତକୁ ଲାଭ ଦେବା ପାଇଁ ଏଭଳି ପିଚରେ ମନଇଚ୍ଛା ମ୍ୟାଚ ଆୟୋଜନ କରାଯାଇଛି, ଯାହା ଭାରତୀୟ ଦଳ ପାଇଁ ଲାଭଦାୟକ ହେବ। ଅନେକ ଖେଳାଳିଙ୍କ ବିବାଦୀୟ ବିବୃତ୍ତି ମଧ୍ୟ ଏହି ବିବାଦ ଉପରେ ଆସିଛି। ବର୍ତ୍ତମାନ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ପୂର୍ବରୁ କଙ୍ଗାରୁ ଦଳର ଅଧିନାୟକ ପ୍ୟାଟ କମିନ୍ସ ମଧ୍ୟ ପିଚ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି। ଫାଇନାଲ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ପିଚ୍‌ ବିବାଦ ଉପରେ ପ୍ୟାଟ କମିନ୍ସ ଏକ ବିବୃତ୍ତି ଦେଇଛନ୍ତି।

ଖବରଦାତା କମିନ୍ସଙ୍କୁ ପିଚ୍‌ ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ। ସେମାନେ ପଚାରିଥିଲେ, ଯେଉଁ ପିଚ୍‌ରେ ଖେଳ ଅନୁଷ୍ଠିତ ହେବାକୁ ଯାଉଛି, ଏହି ପିଚ୍‌ରୁ କିଏ ଉପକୃତ ହେବାକୁ ଯାଉଛି ସେ ବିଷୟରେ ଆପଣ କ’ଣ ଭାବୁଛନ୍ତି? ଏଥିପାଇଁ ପ୍ୟାଟ କମିନ୍ସ ଉତ୍ତର ଦେଇଛନ୍ତି ଏହା ଉଭୟ ଦଳ ପାଇଁ ସମାନ ଅଟେ। ଯଦି ଏହା ବ୍ୟାଟିଂ ପାଇଁ ଅନୁକୂଳରେ ତେବେ ଉଭୟ ଦଳ ଏଥିରୁ ଉପକୃତ ହେବେ ଏବଂ ଯଦି ବୋଲିଂ ପାଇଁ ଏହା ସୁବିଧାଜନକ ତେବେ ମଧ୍ୟ ଉଭୟ ଉପକୃତ ହେବେ। କମିନ୍ସ ଆହୁରି କହିଛନ୍ତି ଯେ ଯଦିଓ ଏଥିରେ କୌଣସି ସନ୍ଦେହ ନାହିଁ ଯେ ନିଜ ଦେଶରେ, ଖେଳିବାର କିଛି ସୁବିଧା ଅଛି। କିନ୍ତୁ ଆମେ ମଧ୍ୟ ଏଠାରେ ଖେଳିବାରେ କୌଣସି ଅସୁବିଧା ହେବ ନାହିଁ, ଆମେ ଏଠାରେ ଅନେକ ମ୍ୟାଚ ଖେଳିଛୁ । ପିଚ୍‌ ବିବାଦ ବାଜେ କଥା।

କମିନ୍ସ ତାଙ୍କ ବିବୃତ୍ତିରେ ଏହା ସ୍ପଷ୍ଟ କରିଛନ୍ତି ଯେ ପିଚ ସମ୍ବନ୍ଧରେ ଅଭିଯୋଗ ଭିତ୍ତିହୀନ। ଯଦି ପିଚ୍‌ ଭଲ ଏହା ଉଭୟ ଦଳକୁ ସୁହାଇବ। ତେଣୁ ଏନେଇ କୌଣସି ପ୍ରଶ୍ନର ଆବଶ୍ୟକତା ନାହିଁ। କମିନ୍ସ ତାଙ୍କ ବିବୃତ୍ତି ସହିତ ଫାଇନାଲ ପୂର୍ବରୁ ପିଚ ବିବାଦର ନିଆଁକୁ ଥଣ୍ଡା କରିବାକୁ ଚେଷ୍ଟା କରିଛନ୍ତି।

 

Share