‘ଏଲୋପାଥିକ ନୁହେଁ ଆୟୁର୍ବେଦିକକୁ ମାଧ୍ୟମ କର’

ଜଗତ୍‌ସିଂହପୁର ଅଫିସ, ୩୦ା୧:ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ନହରଣାସ୍ଥିତ ସୀତାରାମ ସେବାଶ୍ରମ ପରିସରରେ ପାଖାପାଖି ୫୦୦ ପ୍ରକାର ଔଷଧୀୟ ବୃକ୍ଷ ଦେଖିବାକୁ ମିଳେ । ଏହା ଏକ ନିଆରା ପରିବେଶ ସୃଷ୍ଟି କରୁଛି । ଏହାର ଆବଶ୍ୟକତା ଉପରେ ଆଶ୍ରମର ମୁଖ୍ୟ ତଥା ବାବା ରାମ ପଙ୍କଜ ଦାସ ମହାରାଜ ଗୁରୁତ୍ୱ ଦେଇ କହିଛନ୍ତି, ଲୋକେ ପ୍ରାୟତଃ ଏଲୋପାଥିକ ଔଷଧ ଉପରେ ନିର୍ଭର କରୁଥିବା ବେଳେ ଅତୀତରେ ଚେରମୂଳି ଓ ମୂଲ୍ୟବାନ ପତ୍ରର ଚାହିଦା ବହୁତ ଥିଲା। ଏନେଇ ଆୟୁର୍ବେଦିକକୁ ମାଧ୍ୟମ କରିବାକୁ ସେ ଆହ୍ବାନ ଦେଇଛନ୍ତି।
ଧରିତ୍ରୀକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ ବାବା କହିଛନ୍ତି, ସମ୍ପ୍ରତି ଏକ ସୁସ୍ଥ ସମାଜ ଗଠନ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଅସ୍ବାସ୍ଥ୍ୟକାର ପରିବେଶ ଓ ଖାଦ୍ୟ ଆମ୍ଭମାନଙ୍କ ଜିବନକୁ ଦୁର୍ବିଷହ କରିଦେଉଛି। ଏବେ ସୁସ୍ଥ ଜୀବନଯାପନ କରିବା ପ୍ରତ୍ୟେକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଯାଇଛି। ତେଣୁ ଆମେ ପ୍ରତ୍ୟେକ ଆଧ୍ୟାତ୍ମିକବାଦୀ ହେବା ସହ ସୁସ୍ଥ ପରିବେଶ ରଖିବା ପାଇଁ ଉଦ୍ୟମ କରିବା ଜରୁରୀ। ସେ କହିଥିଲେ, କଫ ଓ ବାତ ନିୟନ୍ତ୍ରଣ ହୋଇପାରିଲେ ମଣିଷ ସୁସ୍ଥ ଜୀବନଯାପନ କରିପାରିବ । ଅଶ୍ୱଗନ୍ଧା, ଗନ୍ଧ ଶୁଣ୍ଠି, ତାଡି ଚନ୍ଦନ, ଲିମ ତୁଳସୀ, କର୍ପୂର ତୁଳସୀ, ରାମ ତୁଳସୀ କାଢ଼ା କରି ପିଇଲେ କଫ ଓ ବାତ ନିୟନ୍ତ୍ରଣ ରହିବ । ନପୁଂସକତା ଦୂର ସାଙ୍ଗକୁ ଜୀବନର ଶକ୍ତି ବୃଦ୍ଧି ପାଇଁ ଶ୍ୱେତ ମୁଷିକି ବହୁତ ଗୁରୁତ୍ୱପୂର୍ଣ୍ଣ । ତଣ୍ଟି ଯନ୍ତ୍ରଣା ଓ ଥଣ୍ଡାରୁ ମୁକ୍ତି ପାଇଁ ଗୁଡବଚ ସହାୟକ ହୁଏ। ସାପ କାମୁଡିଲେ ସର୍ପ ଗୌଡ଼ା କ୍ଷୀର କିଛି ସମୟ ପାଇଁ ସୁରକ୍ଷା ଦେଇଥାଏ। ଗୋବିନ୍ଦ ଗନ୍ଧ ଗଛ ଥିଲେ ସାପ ପ୍ରବେଶ କରିବେନି । ପଥୁରି ରୋଗ ପାଇଁ ପଥର ଚଟା, ହୃତରୋଗ ପାଇଁ ଅର୍ଜୁନ, ଡାଇବେଟିସ୍‌ ପାଇଁ ଇନସୁଲିନ୍‌ ପତ୍ର ଷ୍ଟିଭିଆ, କେଶ ପାଇଁ କେଶ ବର୍ଦ୍ଧନୀ, ଅର୍ଶ ପାଇଁ ଆଇପାନ ଓ ମାନସିକ ଶକ୍ତି ପାଇଁ ବ୍ରାହ୍ମି ବେଶ୍‌ ଉପକାରୀ । ହାଡରେ ଆଘାତ କିମ୍ବା ଦରଜ ହୋଇଥିଲେ ହାଡମୋଡା ଲେପ ଦିଆଯାଏ। କିଡ୍‌ନୀ ପାଇଁ ହେମ ସାଗର ଗୋଟେ ପତ୍ର ସପ୍ତାହରେ ଥରେ ସେବନ କଲେ ଏହି ରୋଗରୁ ଉପଶମ ମିଳେ । ମଞ୍ଜୁଆତି, ଅଁଳା, ତ୍ରିଫଳି, ଡାଲଚିନି, ଗୁଜୁରାତି, ଲବଙ୍ଗ, ଜୁଆଣୀ, ଜାଇଫଳ, ଛତୁଆଶୀ, ଭୃତ କୁଆଁରୀ, ଅର୍ଜୁନ, ମୁଚୁକୁନ୍ଦ, ଅଗସ୍ତି, ଲୋନୀ ଓ ଗୋଷ୍ଟାଭ୍ୟା ଆଦି ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ଉଦମ୍ବର, ରୁଦ୍ରାକ୍ଷ, ଜରି ଆଦି ଯଜ୍ଞ କାମରେ ଲାଗେ । ରକ୍ତମୁଖୀ ପିଜୁଳି ଲାଲ ଓ ଉପକାରୀ। ଲାଲ ଚନ୍ଦନ ମଥାରେ ଲଗାଇଲେ ମୁଣ୍ଡ ଥଣ୍ଡା ରୁହେ । ଗୁଗୁଲ ଗଛ, ଅଶୋକ, ପିପରମେଣ୍ଟ, ହରିଚମ୍ପା ବିରଳ। ପାରିଜାତ କିଡ୍‌ନୀ ଆଦି ପାଇଁ ବହୁତ ଲାଭଦାୟକ । ରାସ୍ନାଯୋଡି କାଢ଼ା କରି ପିଇଲେ ଏହାର ଉପକାର ଅନୁଭବ କରିହୁଏ । ଶାଗ, ତରକାରି ଆଦିକୁ ଲାଲ କରିବା ପାଇଁ କୁଙ୍କୁମ ବ୍ୟବହାର କରାଯାଏ। ଡାଳି ଚନ୍ଦନର ବାସ୍ନା ଓ ଫୁଲ ନିଆରା । ସାଧାରଣତଃ ଆମ ଅଞ୍ଚଳରେ ହରିଡ଼ା ମିଳେନି । ନୋନି କିଲୋଗ୍ରାମ ପ୍ରତି ଦର ୩ ହଜାର ଟଙ୍କା । ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ସହ ରୋଗରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ । ସେହିପରି କର୍କଟ ଓ ଅନ୍ୟ ରୋଗଗୁଡିକର ଯନ୍ତ୍ରଣାରୁ ମୁକ୍ତି ପାଇଁ ଅନେକ ପ୍ରକାର ଔଷଧୀୟ ବୃକ୍ଷ ରହିଛି । ମଲଟି ଭିଟାମିନ ଥିବା ଗଛର ପତ୍ର ଓ ଚେର ମଧ୍ୟ ରହିଛି। ପିଲାଙ୍କୁ ଡର ନ ଲାଗିବା ପାଇଁ ବିଲେଇ ଲାଞ୍ଜ ସହାୟକ ହୁଏ। ସମି ପୂଜାଠାରୁ ଆରମ୍ଭ କରି ଅନ୍ୟାନ୍ୟ ବାବଦରେ ବ୍ୟବହୃତ ହୋଇଥାଏ । ପଞ୍ଚ ପଲ୍ଲଭର ଶ୍ରେଷ୍ଠ କୁହାଯାଉଥିବା ନାଗେଶ୍ୱର ମଧ୍ୟ ଆଶ୍ରମରେ ରହିଛି। କରୋନା ସମୟରେ ଅନେକଙ୍କୁ ଅସ୍ତି ମିଳି ନ ଥିଲା, ତେଣୁ ଶାସ୍ତ୍ର ଅନୁଯାୟୀ ପଲ୍ଲାସ ଡାଳ ଖଣ୍ଡେକୁ ଅସ୍ତି ରୂପରେ ଗ୍ରହଣ କରି ଅନ୍ୟାନ୍ୟ କ୍ରିୟା କର୍ମ କରାଯାଏ। ଶିବରାତ୍ରିରେ ବ୍ରହ୍ମ କମଳ ଫୁଲର ମୂଲ୍ୟ ଅବର୍ଣ୍ଣନୀୟ। ଧନନ୍ତ୍ୱରୀ, ଓଲଟ କମଳ, ମେହେଗା, ଆପଲ ବେରୀ, କୁଙ୍କୁମ ମଧ୍ୟ ଉପକାରୀ। ଏହିଭଳି ଔଷଧୀୟ ବୃକ୍ଷ ସହ ଆଶ୍ରମରେ ଅଙ୍ଗୁର, ସେଓ, ସପେଟା, ଡାଲିଆ, ତେଜପତ୍ର, ମହୁଲି ଓ କୁଆବଳି ସମେତ ଅନେକ ପ୍ରକାର ଫୁଲ ଫଳ ଗଛ ଦେଖିବାକୁ ମିଳିଛି। ଏଭଳି ପତ୍ୟେକ ବ୍ୟକ୍ତି ନିଜ ବାରି ଓ ଆଖପାଖ ଅଞ୍ଚଳରେ ଔଷଧୀୟ ବୃକ୍ଷ ଲଗାଇଲେ ତା’ର ବହୁମୁଖୀ ଉପକାରିତା ପାଇପାରିବ ବୋଲି ବାବା ଦାସ ମହାରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri