Posted inଜାତୀୟ

ସତ୍ୟ ଗୁରୁତ୍ୱପୂର୍ଣ୍ଣ, କାହାର ମନ୍ତବ୍ୟ ନୁହେଁ: ନୀତୀଶ

ପାଟନା,୬।୫: ବିହାର ପଛୁଆ ରାଜ୍ୟ ହେବା ପାଇଁ ନୀତୀଶ କୁମାରଙ୍କ ୧୫ବର୍ଷର ଶାସନ ଦାୟୀ ବୋଲି ଗୁରୁବାର ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ସମାଲୋଚନା କରିଥିଲେ। ନୂଆ ଚିନ୍ତାଧାରା ଓ ଉଦ୍ୟମରେ ରାଜ୍ୟରେ ବିକାଶ ଆଣିବା ଲାଗି ସେ ଏକ ମିଶନ ଘୋଷଣା କରିଥିଲେ। ତେବେ ପ୍ରଶାନ୍ତଙ୍କ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଗ୍ରାହ୍ୟ କରିଛନ୍ତି। କ’ଣ ସତ ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ, ପ୍ରଶାନ୍ତ କିଶୋରଙ୍କ ମନ୍ତବ୍ୟ ନୁହେଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ବିହାର ପାଇଁ ତାଙ୍କ ସରକାର କ’ଣ ଭଲ କାମ କରିଛି କି ନାହିଁ ତାହା ଜନସାଧାରଣ ଭଲ ଭାବେ ଜାଣନ୍ତି। ତେଣୁ ରାଜ୍ୟବାସୀ ଏହାର ଜବାବ ଦେବା ଲାଗି ସେ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଲାଲୁ ଯାଦବ ଏବଂ ନୀତୀଶ କୁମାରଙ୍କ ୩୦ବର୍ଷର ଶାସନରେ ବିହାର ଦେଶର ସବୁଠୁ ପଛୁଆ ଓ ଗରିବ ରାଜ୍ୟରେ ପରିଣତ ହୋଇଥିବା ନିର୍ବାଚନ ରଣନୀତିକାର ଅଭିଯୋଗ କରିଥିଲେ। ସୂଚନା ମୁତାବକ, ୨୦୧୫ରେ ପ୍ରଶାନ୍ତ କିଶୋର ଓ ତାଙ୍କ ସଂଗଠନ ଆଇ-ପିଏସି ବିହାର ବିଧାନସଭା ନିର୍ବାଚନରେ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ଲାଗି କାର୍ଯ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ନୀତୀଶ ନିର୍ବାଚନ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ଲାଗି ଯୋଜନା ଓ କାର୍ଯ୍ୟକ୍ରମ ରୂପାୟନ ନିମନ୍ତେ ପ୍ରଶାନ୍ତଙ୍କୁ ତାଙ୍କ ଉପଦେଷ୍ଟା ନିଯୁକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାହାକୁ ଡରୁଥିଲା ପାକିସ୍ତାନ, କେମିତି ନଇଁଲା ଆଉ କିଏ ବୁଝାଇଲା? ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚର ଇନସାଇଡ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୨: ପାକିସ୍ତାନ ସରକାର ମ୍ୟାଚ ବର୍ଜନ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି। ପାକିସ୍ତାନର ଏହି ନିଷ୍ପତ୍ତି ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅଚଳାବସ୍ଥାର ଅନ୍ତ ଘଟାଇଛି। ୨୦୨୬ ଟି-୨୦ ବିଶ୍ୱକପର…

କୁମ୍ଭ ରାଶିରେ ବୁଧଙ୍କ ଉଦୟ, ଚମକିବ ୩ ରାଶିର ଭାଗ୍ୟ

ଫେବୃଆରୀ ୯ ତାରିଖରେ ବୁଧ କୁମ୍ଭ ରାଶିରେ ଉଦିତ ହୋଇଛନ୍ତି। ବୁଧଙ୍କ ଏହି ଉଦିତ ଫେବୃଆରୀ ମାସରେ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ଆଣିପାରେ।…

ଅଷ୍ଟ୍ରେଲିଆରେ ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ବିରୋଧ, ହେଲେ କାହିଁକି ହେଲା ପ୍ରଦର୍ଶନ? ଜାଣନ୍ତୁ…

ସିଡନୀ,୧୦।୨: ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ ହର୍ଜୋଗ ଅଷ୍ଟ୍ରେଲିଆ ଗସ୍ତରେ ଆସୁଛନ୍ତି। ସେ ସୋମବାର ଚାରି ଦିନିଆ ଗସ୍ତ ପାଇଁ ସିଡନୀରେ ପହଞ୍ଚିଥିଲେ। ଗତ ଡିସେମ୍ବରରେ ବଣ୍ଡି ବିଚ…

ICCର ବଡ଼ ଘୋଷଣା: ଏହି ଦଳରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୧୦।୨: ଆଇସିସି ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ଐତିହାସିକ ବିଜୟର ନାୟକ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ମା’ବାପାଙ୍କ ଗାଳିକୁ ସହିପାରିଲେନି, ଏକାଥରେ ବିଷ ପିଇ ୪ ନାବାଳିକାଙ୍କ ଆତ୍ମହତ୍ୟା

ଔରଙ୍ଗାବାଦ,୧୦।୨: ପୁଅମାନଙ୍କ ସହ ମିଳାମିଶା କରୁଥିବାରୁ ଝିଅଙ୍କୁ ସେମାନଙ୍କ ମା’ବାପା ଗାଳିଦେଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ୫ ନାବାଳିକା ଏକାଠି ବିଷ ପିଇଦେଲେ । ସେମାନଙ୍କ ମଧ୍ୟରୁ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri