Categories: ଜାତୀୟ

ସତ୍ୟ-ସାହସ-ବଳିଦାନ, ଗାନ୍ଧୀ ପରିବାରର ଶକ୍ତି: ରାହୁଲ…

ନୂଆଦିଲ୍ଲୀ,୨୭।୩ : ନିଜ ଟୁଇଟର ବାୟୋରେ ଅଯୋଗ୍ୟ ଏମ୍‌ପି ଲେଖି ପରିବର୍ତ୍ତନ କରିବାର ଗୋଟିଏ ଦିନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନେଇ ଗାନ୍ଧୀ ପରିବାରର ଉତ୍ତରାଧିକାରୀ ତଥା ଶକ୍ତି ଉପରେ ଆଲୋକପାତ କରିଛନ୍ତି। ଏହି ନୂତନ ପୋଷ୍ଟରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମନ୍ତବ୍ୟ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

ପ୍ରିୟଙ୍କା ରାଜୀବ ଗାନ୍ଧୀଙ୍କ ଅନ୍ତିମ ସଂସ୍କାର ସମ୍ପର୍କରେ କହିଥିଲେ ଯେ, ରାହୁଲ ରାଜୀବ ଗାନ୍ଧୀଙ୍କ ମୃତଦେହକୁ ନେଇ ସେନା ଟ୍ରକ ପଛରେ ଚାଲିବାକୁ ଜିଦ ଧରିଥିଲେ। ଏହାର ଏକ ଭିଡ଼ିଓ ମଧ୍ୟ ପୋଷ୍ଟ କରାଯାଇଛି। ଭିଡିଓ ରାହୁଲ ଗାନ୍ଧୀ କ୍ୟାପଶନରେ ଲେଖିଛନ୍ତି, ପ୍ରକୃତ ସତ୍ୟ ଳସାହସ ଏବଂ ବଳିଦାନ ଏହା ଗାନ୍ଧୀ ପରିବାର ଐତିହ୍ୟ ଏବଂ ଏହା ଆମର ଶକ୍ତି।

ଏହି ଭିଡିଓରେ ରାଜୀବ ଗାନ୍ଧୀଙ୍କ ଅନ୍ତିମ ସଂସ୍କାରର ଦୃଶ୍ୟ ରହିଛି, ଯେଉଁଥିରେ ତାଙ୍କ ଶରୀର ତ୍ରିରଙ୍ଗାରେ ଘୋଡ଼ା ଯାଇଛି। ପ୍ରାୟ ୧୦ ମାଇଲ ଦୂର ରାଜୀବ ଗାନ୍ଧୀଙ୍କ ଶେଷ ଯାତ୍ରାରେ ଲକ୍ଷ ଲକ୍ଷ ଲୋକ ଭାଗ ନେଇଥିଲେ। ସେହି ଦିନକୁ ମନେ ପକାଇ ପ୍ରିୟଙ୍କା କହିଛନ୍ତି, ମୋର ମନେ ଅଛି ଯେ ୩୨ ବର୍ଷ ପୂର୍ବେ ରାହୁଲ ମୋ ବାପାଙ୍କ ମୃତଦେହ ନେଇ ଯାଉଥିବା ସେନା ଟ୍ରକକୁ ଅନୁସରଣ କରିବାକୁ ଜିଦ ଧରିଥିଲେ। ସେ ଖରାରେ ଟ୍ରକ ପଛରେ ଚାଲଥିଲେ। ଶାସକ ଦଳ ଭାଜପା ମୋ ବାପାଙ୍କୁ ଅପମାନିତ କରିଛି, ଯିଏ ନିଜ ଜୀବନର ବଳିଦାନ ଦେଇଛନ୍ତି। ବର୍ତ୍ତମାନ ସେଭଳି ଶହୀଦଙ୍କ ପୁଅକୁ ଦେଶଦ୍ରୋହୀ କୁହାଯାଉଛି। ତାଙ୍କର ଦେଶପ୍ରେମ ଉପରେ ପ୍ରଶ୍ନ ଉଠିଛି। ତାଙ୍କୁ ମିର ଜାଫର କୁହାଯାଉଛି।

 

Share