Categories: ଜାତୀୟ

ନାଗରିକ ସ୍ବତନ୍ତ୍ରତାର ସଂରକ୍ଷକ ଭାବେ ଆମ ଉପରେ ଭରସା ରଖନ୍ତୁ: ସିଜେଆଇ…

ନୂଆଦିଲ୍ଲୀ,୧୭।୧୨ : ଦେଶର ନାଗରିକ ସ୍ବତନ୍ତ୍ରତାର ସଂରକ୍ଷକ ଭାବେ ଆମ ଉପରେ ସମସ୍ତ ଜନସାଧାରଣ ବିଶ୍ୱାସ ରଖିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ କହିଛନ୍ତି। ଶନିବାର ପୂର୍ବତନ ଆଡଭୋକେଟ ଜେନେରାଲ ସ୍ବର୍ଗୀୟ ଆଶୋକ ଦେଶାଇଙ୍କ ସ୍ମୃତିରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଆଇନ ଏବଂ ନୈତିକତା ଶୀର୍ଷକ ଏକ ଆଲୋଚନା ଚକ୍ରରେ ସେ ଏଭଳି କହିଛନ୍ତି।

ଦେଶର କୌଣସି ଅଦାଲତଙ୍କ ସମ୍ମୁଖରେ ମାମଲାର ବଡ଼ ଅବା ଛୋଟ ନୁହେଁ। ଆମେ ବିଚାର ପ୍ରଣାଳୀ ମାଧ୍ୟମରେ ଜନସାଧାରଣଙ୍କର ଭରସାକୁ ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାଉ।

ଦେଶର ପ୍ରତିଟି ଲୋକଙ୍କ ଆତ୍ମ ବିଶ୍ୱାସ ଏବଂ ବାକ୍‌ ସ୍ବାଧୀନତାକୁ ସୁନିଶ୍ଚିତ କରିବା ଲାଗି ଆମେ ପ୍ରତିଶ୍ରୁତିବଦ୍ଧ। ଯାହା ଦ୍ୱାରା ଦେଶର ଆଇନ ବ୍ୟବସ୍ଥା ପ୍ରତି ସଭିଙ୍କର ଆସ୍ଥା ସୁଦୃଢ଼ ହୋଇ ପାରିଥାଏ।

Share